www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦ୍ରଙ୍କୁ କେଜ୍ରିୱାଲଙ୍କ ନିବେଦନ ; ଟଙ୍କାରେ ରହୁ ଲକ୍ଷ୍ମୀଙ୍କ ସହ ଗଣେଶଙ୍କ ଫଟୋ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ସରକାରଙ୍କୁ ଏକ ନିବେଦନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଭାରତୀୟ ଟଙ୍କାରେ ମହାତ୍ମା ଗାନ୍ଧୀଙ୍କ ସହ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ରଖିବାକୁ। ଏହା ଦ୍ୱାରା ସୁଖସମୃଦ୍ଧି ଆସିବ। ସମ୍ପୂର୍ଣ୍ଣ ଦେଶକୁ ତାଙ୍କ ଆଶୀର୍ବାଦ ମିଳିବ। ନୂଆ ନୋଟ୍‌‌ରୁ ଏହାର ଶୁଭାରମ୍ଭ ହୋଇପାରିବ। ଏହା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିବେ।
କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ଦେଶର ଅର୍ଥବ୍ୟବସ୍ଥା ଖରାପ ସ୍ଥିତି ରହିଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବା ଦେଖାଯାଉଛି। ସର୍ବସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ମଧ୍ୟ ଦେଖାଯାଉଛି। ଭାରତ ଦେଶ ଧନୀର ଦେଶ ହେଉ,ଲୋକେ ମଧ୍ୟ ଧନୀ ହୁଅନ୍ତୁ। ଏଥିପାଇଁ ଅନେକ ମାର୍ଗ ଚୟନ କରିବାକୁ ପଡିବ। ଅଧିକ ମାତ୍ରାରେ ହସ୍ପିଟାଲ, ବିଦ୍ୟାଳୟ ନିର୍ମାଣ କରାଯାଉ। ଭିତ୍ତିଭୂମି ସ୍ଥାପନ କରାଯାଉ।
ଭଗବାନଙ୍କ ଆଶୀର୍ବାଦ ମିଳିଲେ ହିଁ ଏହି ସମସ୍ତ ଚେଷ୍ଟା ସଫଳ ହେବ ବୋଲି ସେ କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories