www.samajalive.in
Saturday, December 6, 2025
26.1 C
Bhubaneswar

ରେଙ୍ଗାଲିକ୍ୟାମ୍ପ ମା’ କାଳୀଙ୍କ ଭସାଣୀ ଉତ୍ସବ ସହ ନୂତନ ବିଗ୍ରହର ଗମ୍ଭୀରା ପ୍ରବେଶ

ରେଙ୍ଗାଲିକ୍ୟାମ୍ପ: ରେଙ୍ଗାଲିକ୍ୟାମ୍ପ କେନାଲ କଲୋନୀ ସ୍ଥିତ ମା’ ଶ୍ୟାମାକାଳୀଙ୍କ ଗତ ୨୩ତାରିଖଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ୨୪ତାରିଖ ଦିନ ମା’ଙ୍କ ନବନିର୍ମିତ ପିତ୍ତଳ ବିଗ୍ରହ ଶସ୍ୟାଭିସେକ ସହ ଚଣ୍ଡୀ ହୋମ, କୁଷ୍ମାଣ୍ଡ ବଳି ଆଦି ନୀତିକାନ୍ତି ଷୋଡ଼ଶ ଉପଚାର ପୂଜା ପୂର୍ବକ ହଜାର ହଜାର ଭକ୍ତଙ୍କ ଗହଣରେ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଛି। ଆଖପାଖ ଅଞ୍ଚଳ ତଥା ଦେବାହାଲ, ରେଙ୍ଗାଲି ପାଲି, କୁଡା ପଡ଼ା, ଦାସ ପଡ଼ା, ତାଜ ଟିକ୍ରାରୁ ଭବ୍ୟ କୁଗାର ଯାତ୍ରା ଘଣ୍ଟ ଶଙ୍ଖ ହୁଳହୁଳି ତଥା ମାଙ୍ଗଳିକ ବାଦ୍ୟର ତାଳେ ତାଳେ ମା’ଙ୍କ ପୀଠ ସମୀପରେ ପହଞ୍ଚିଥିଲା। ଏହାପରେ ମା’ ଶ୍ୟାମାକାଳୀଙ୍କ ଉତ୍ତରପ୍ରଦେଶ ଜଳେଶ୍ଵରରୁ ନବ ନିର୍ମିତ ହୋଇ ଆସିଥିବା ୩୬କିଲୋ ଓଜନ ତଥା ୩ଫୁଟ ଉଚ୍ଚତାର ପିତ୍ତଳ ବିଗ୍ରହଙ୍କ ପ୍ରତିଷ୍ଠା ପୂର୍ବକ ଗମ୍ଭୀରା ପ୍ରବେଶ ହୋଇଥିଲା। ସନ୍ଧ୍ୟାରେ ଆରତୀ, ପୁଷ୍ପାଞ୍ଜଳି ପୂର୍ଣ୍ଣାହୁତି ଓ ଆଲୋକମାଳା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମନମୁଗ୍ଧକର ହୋଇଥିଲା। ଏହି ଅବସରରେ ପୂଜକ ଭାବେ ଅଚ୍ୟୁତାନନ୍ଦ ଶତପଥୀ ଓ ତାଙ୍କ ସାଥିମାନେ ବ୍ରହ୍ମା ବରଣ ହୋଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଦାୟିତ୍ଵ ଦିବ୍ୟ କିଶୋର କୌର ଓ ଧର୍ମପତ୍ନୀ ଦୀପାଞ୍ଜଳି କୌର ନିର୍ବାହ କରିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories