www.samajalive.in
Sunday, December 7, 2025
15.1 C
Bhubaneswar

ପୁଲିସ ଜାଲରେ ୬ ଜୁଆ ଖେଳାଳି

ରେଙ୍ଗାଲିକ୍ୟାମ୍ପ : ଅତାବିରା ପୁଲିସକୁ ମିଳିଛି ଏକ ବଡ ସଫଳତା। ପୁଲିସ ଜାଲରେ ପ୍ରତିଦିନ ଚୋର , ଠକ ଓ ଅସାମାଜିକ କାର୍ୟ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତିମାନେ ଛନ୍ଦି ହେଉଛନ୍ତି। ଏମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ପ୍ରକାର ଯୋଜନା କରୁଥିବା ଦେଖାଯାଉଛି। ପୁଣି ୬ ଜଣଙ୍କୁ ଗିରଫ କରିଛି ପୁଲିସ ।
ଏମାନେ ଲୋକଙ୍କୁ ଜୁଆ ଖେଳରେ ଅଧିକ ଟଙ୍କା ଲାଭ ପାଇପାରିବେ ବୋଲି କହି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଟଙ୍କା ନେଉଥିବା ତଥା ବିଭିନ୍ନ ସ୍ଥାନରେ ଜୁଆ ଖେଳ ଖେଳାଇ ଲୋକଙ୍କୁ ଆତ୍ମସାତ କରୁଥିବା ବେଳେ ପୁଲିସ ପହଞ୍ଚି ସେମାନଙ୍କୁ ଗିରଫ କରିଛି । ତାଙ୍କ ଠାରୁ ନଗଦ ୩୬ ,୭୧୦ ଟଙ୍କା , ଏହି ଖେଳରେ ବ୍ୟବହୃତ ସମସ୍ତ ଖେଳ ସାମଗ୍ରୀ ,୭ ଟି ମୋବାଇଲ ଫୋନ୍ , ୪ ଟି ବାଇକ୍ ଜବତ କରିଛି। ଏହି ୬ ଜଣ ହେଲେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅର୍ଜୁଣ୍ଡା ଗ୍ରାମର ଭାନୁକାନ୍ତ ପାଢ଼ୀ (୪୩), ସମ୍ବଲପୁରର ବୁର୍ଲା ଥାନା ଅନ୍ତର୍ଗତ କଣ୍ଟାପାଲିର କେଦାର ପ୍ରଧାନ (୪୫) ଓ ଅତାବିରା ଥାନାର ମହଖଣ୍ଡ ଗ୍ରାମର ରବିନ୍ଦ୍ର କୁମ୍ଭାର (୪୮), ନୂଆପଡ଼ାର ସୁଶାନ୍ତ ଦେହୁରୀ (୪୪) ,ଦୁଲମ୍ ପୂର ମାର୍କେଟ ପଡ଼ାର ପ୍ରଶାନ୍ତ ବେହେରା (୩୪) ଓ ଅମସ୍ତଳାର ସୁବଳ ହାତୀ (୪୨) ।
କୁଜା ପାଲି ଦୂଲମ୍ ପୁର ଗ୍ରାମରେ ଏହି ୬ ଜଣ ଲୋକଙ୍କୁ ନେଇ ଜୁଆ ଖେଳ ଖେଲାଉଥିବା ସମୟରେ ଅତାବିରା ପୁଲିସ ପହଞ୍ଚି ତାଙ୍କୁ ଗିରଫ କରିଛି । ଏମାନଙ୍କ ବିରୁଦ୍ଧରେ ପୁଲିସ କେସ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ଗଠନ କରି ଛଦ୍ମ ବେଶରେ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।ଏହି ଦଳରେ ଏସ ଆଇ ଯାଦବ ବାଗ ,ବିପିନ ବାଘ୍,କନଷ୍ଟେବଳ ଗୋପାଳ ନାଏକ ,ଅକ୍ଷୟ ପ୍ରଧାନ ,ମୁକେଶ ମେସ୍ୱା,କ୍ଷେତ୍ର ଭୋଇ,ସହଦେବ ବୀମାରି , ମଧୁ ନାୟକ ,ଦୁଷ୍ମନ୍ତ ପଶାୟତ ଓ ହୋମ ଗାର୍ଡ ଗୋବିନ୍ଦ ମହାନନ୍ଦ ରହିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories