କଟକ: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଲାଗି ରହିବା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ଦେଖାଦେଇଛି। ତେବେ ହୀରାକୁଦ ବନ୍ୟା ଜଳ ଛାଡିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ମୁଣ୍ଡଳୀରେ ବର୍ଷର ପ୍ରଥମ ବନ୍ୟା ଜଳ ପହଞ୍ଚିଛି। ସକାଳ ୮ଟା ସୁଦ୍ଧା ୮୭ ହଜାର ୭୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେପଟେ ମହାନଦୀରେ ଜଳସ୍ତର ବଢିବା ଯୋଗୁଁ ବାଙ୍କୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ବାଙ୍କୀ ଏବଂ ତିଗିରିଆ ଅଞ୍ଚଳର ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଆଜି ରାତି ସୁଦ୍ଧା ୫ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି ।
Popular Categories



