www.samajalive.in
Saturday, December 6, 2025
16.1 C
Bhubaneswar

ବିହାରରେ ମହିଳାଙ୍କ ପାଇଁ ୩୫ପ୍ରତିଶତ ସଂରକ୍ଷଣ ନେଇ ଘୋଷଣା

ସମାଜ ଡିଜିଟାଲ ଡେସ୍କ: ବିହାରରେ ନୀତିଶ କୁମାରଙ୍କ କ୍ୟାବିନେଟ ବୈଠକ ଶେଷ ହୋଇଛି । ଏହି ବୈଠକରେ ୪୩ଟି ଏଜେଣ୍ଡା ଉପରେ ମୋହର ଲାଗିଛି । ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ‘ବିହାର ଯୁବ କମିଶନ’ ଗଠନ କରିବାକୁ କୁହାଯାଇଥିଲା । ସୂଚନା ଅନୁଯାୟୀ ଏହାର ଗଠନକୁ ନୀତିଶ କ୍ୟାବିନେଟ ଅନୁମୋଦନ କରିଛନ୍ତି । କମିଶନ ଗଠନ ନେଇ ନୀତିଶ କହିଛନ୍ତି ଯେ ‘ଏହା ଶିକ୍ଷା ଏବଂ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ କାମ କରିବ’ । ଏହାସହିତ ସେ କମିଶନରେ ଅନ୍ତର୍ଭୁକ୍ତ ସଦସ୍ୟମାନଙ୍କ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

ସୋସିଆଲ ମିଡ଼ିଆରେ ନୀତିଶ ପୋଷ୍ଟ କରି କହିଛନ୍ତି ଯେ ‘ମୁଁ ଖୁସି ଯେ ବିହାରର ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଏବଂ ତାଲିମ ପ୍ରଦାନ କରିବା ପାଇଁ ଏହି କମିଶନ ଗଠନକୁ ଅନୁମୋଦନ କରାଯାଇଛି । ସେ କହିଛନ୍ତି ଏହି କମିଶନ ଯୁବକମାନଙ୍କ ଅବସ୍ଥାକୁ ଉନ୍ନତ କରିବ ଏବଂ ସେମାନଙ୍କ ସହ ଜଡିତ ପ୍ରସଙ୍ଗରେ ସରକାରଙ୍କୁ ପରାମର୍ଶ ଦେବା ପାଇଁ କାର୍ଯ୍ୟ କରିବ ।
ଏହାବ୍ୟତୀତ ବିହାର ସରକାର ମହିଳାମାନଙ୍କୁ ସଶକ୍ତୀକରଣ କରିବା ପାଇଁ ଏକ ବଡ ଏବଂ ଐତିହାସିକ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ମୂଳ ବାସିନ୍ଦା ମହିଳାଙ୍କୁ ସରକାରୀ ଚାକିରିରେ ୩୫ପ୍ରତିଶତ ସଂରକ୍ଷଣ ମିଳିବ । ବିହାରର ସମସ୍ତ ସରକାରୀ ସେବାରେ ତାହା ଯେକୌଣସି ସ୍ତରରେ କିମ୍ବା ବିଭାଗରେ ସିଧାସଳଖ ନିଯୁକ୍ତି ହେବ, ଏବେ କେବଳ ବିହାରର ମୂଳ ବାସିନ୍ଦା ମହିଳାଙ୍କୁ ସଂରକ୍ଷଣ ଦିଆଯିବ ।

- Advertisement -

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories