କଟକ : ହଠାତ୍ ନଦୀରେ ମାଡି ଆସିଲା ପାଣି। ନଦୀ ମଝିରେ ଥିବା ଟାପୁରେ ଫସିଗଲେ ଗୋରୁ ପଲ। ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କାଠଯୋଡ଼ି ନଦୀ ପଠାରେ। କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ୨୦ ରୁ ଅଧିକ ଗୋରୁ ଫସି ରହିଛନ୍ତି। ଗତକାଲି ପଠାକୁ ଗୋରୁମାନେ ଚରିବା ପାଇଁ ଯାଇଥିବା ବେଳେ ହଠାତ୍ ନଦୀ ଜଳସ୍ତର ବଢ଼ିଯାଇଥିଲା । ଚାରିପଟେ ପାଣି ହୋଇଯାଇଥିବାରୁ ଗୋରୁମାନେ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଗୋରୁଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
Popular Categories



