www.samajalive.in
Friday, December 5, 2025
23.1 C
Bhubaneswar

ପଥର ଖଣିରୁ ଯୁବତୀଙ୍କ ମୃତଦେହ ଜବତ ଘଟଣା: ହତ୍ୟାକାରୀ ପ୍ରେମିକ ଗିରଫ

ସମାଜ ଡିଜିଟାଲ ଡେସ୍କ: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଳିଙ୍ଗମୁଣ୍ଡିଆରେ ଥିବା ଏକ ପଥର ଖଣି ପରିସରରୁ ଯୁବତୀଙ୍କ ମୃତଦେହ ଜବତ ହେବା ଘଟଣାରେ ଗିରଫ ହୋଇଛି ହତ୍ୟାକାରୀ ପ୍ରେମିକ। ଅଭିଯୁକ୍ତ ଦେବାଶିଷ ବିଶୋୟୀକୁ ଗିରଫ କରିଛି କମିଶନରେଟ ପୁଲିସ। ଏ ନେଇ ଶନିବାର ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦେବାଶିଷ ହିଁ ଯୁବତୀଙ୍କୁ ସେଠାକୁ ନେଇ ହତ୍ୟା କରି ଫିଙ୍ଗିଥିବା ପୁଲିସ ନିକଟରେ ସ୍ଵୀକାର କରିଛି।

ସୂଚନା ଅନୁସାରେ, ଗତ ଶୁକ୍ରବାର କଳିଙ୍ଗମୁଣ୍ଡିଆରେ ଥିବା ଏକ ପଥର ଖଣି ପରିସରରୁ ଯୁବତୀଙ୍କ ମୃତଦେହ ଜବତ ହୋଇଥିଲା। ଯୁବତୀ ଜଣକ ଭରତପୁର ଥାନା ଅଞ୍ଚଳର। ଗତ ଜାନୁୟାରୀ ସେ ନିଖୋଜ ହୋଇଯାଇଥିଲେ। ଏ ନେଇ ପରିବାର ଲୋକେ ଭରତପୁର ଥାନା​‌ରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଯୁବତୀଙ୍କ ପତ୍ତା ପାଇ ନ ଥିଲା। ୮ମାସ ପରେ ଦେବାଶିଷକୁ ଧରି ପଚରାଉଚରା କରିବାରୁ ସେ ହତ୍ୟା କରିଥିବା ସ୍ଵୀକାର କରିଥିଲା। ମୃତଦେହ କେଉଁଠି ଫିଙ୍ଗିଥିଲା ସେ ନେଇ ଦେବାଶିଷ ପୁଲିସ ସହ ଘଟଣାସ୍ଥଳକୁ ଯାଇ ଦେଖାଇଥିଲା।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories