www.samajalive.in
Friday, December 5, 2025
23.1 C
Bhubaneswar

ବଢିଲା ସୁନା ; ପ୍ରଥମ ଥର ୧୦ ଗ୍ରାମ୍‌ ସୁନା ଏତିକିରେ ପହଞ୍ଚିଲା ଦାମ୍‌

ଭୁବନେଶ୍ୱର : ନିୟମିତ ବଢୁଛି ସୁନା ଦାମ୍‌ । ସବୁ ରେକର୍ଡ ଭାଙ୍ଗି ୧ ଲକ୍ଷ ୧୦ ହଜାର ମୁହାଁ ହେଉଛି ଦାମ୍‌ । ସେପ୍ଟେମ୍ବର ୬ ଅର୍ଥାତ୍‌ ଶନିବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୮,୪୯୦ ଟଙ୍କା ରହିଛି । ଗତକାଲି ୧,୦୭,୬୨୦ ଟଙ୍କା ଥିଲା । ଏଥିରେ ୮୭୦ ଟଙ୍କା ବୃଦ୍ଧି ପାଇଛି ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୯,୪୫୦ ଟଙ୍କା ରହିଛି । ଗତକାଲି ୯୮,୬୫୦ ଟଙ୍କା ଥିଲା । ଏଥିରେ ୮୦୦ ଟଙ୍କା ବୃଦ୍ଧି ହୋଇଛି ।

- Advertisement -

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୧,୩୭୦ ଟଙ୍କା ରହିଛି । ଗତକାଲି ୮୦,୭୨୦ ଟଙ୍କା ଥିଲା । ଏଥିରେ ୬୫୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୩,୮୦୦ ଟଙ୍କା ରହିଛି । ଗତକାଲି ୧୩,୬୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।

ଗତ ୧୦ ଦିନ ମଧ୍ୟରେ ସୁନା ଦାମ୍‌ ୮ ଥର ବୃଦ୍ଧି ପାଇଥିବା ବେଳେ ଥରେ ହ୍ରାସ ପାଇଛି ଓ ଥରେ ସ୍ଥିର ରହିଛି ।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ.. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଚାକିରି ଠାରୁୁ ଧନ, ବିବାହ ସବୁଥିରେ ମିଳିବ ବଡ ସଫଳତା, କିଣିବେ ଘର, ଜମି..

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories