www.samajalive.in
Friday, December 5, 2025
26.1 C
Bhubaneswar

ମହାନଦୀରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର

କଟକ : ମହାନଦୀରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର। ଭଦିମୂଳ ଘାଟ ନିକଟରେ ମୃତଦେହ ଉଦ୍ଧାର କଲେ ଲୋକେ। ରବିବାର ପାଣି ଉଠାଇବା ବେଳେ  ଭଦିମୂଳ-ଗତିରାଉତପାଟଣା ମଧ୍ୟସ୍ଥଳର ଏକ ମଠ ନିକଟସ୍ଥ ମହାନଦୀ ଘାଟରେ ଜଣେ କାଉଡ଼ିଆ ବୁଡ଼ି ନିଖୋଜ ହୋଇଯାଇଥିଲେ। କାଉଡ଼ିଆ ଜଣକ ହେଲେ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳର ରବୀନ୍ଦ୍ର ବେହେରାଙ୍କ ପୁଅ ବିଶ୍ବଜିତ୍‌ । ଜଳ ସଂଗ୍ରହ କରିବା ସମୟରେ ସେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସିଆରଆରଆଇ ଥାନା ପୁଲିସ ଓ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ନଦୀରେ ତଲାସି ଜାରି ରହିଥିଲା।  ହେଲେ ଅନ୍ଧକାର ସହିତ ପାଣିସୁଅ ଅଧିକ ଥିବାରୁ ନିଖୋଜ ବିଶ୍ୱଜିତ୍‌ଙ୍କୁ ଠାବ କରିବା ସମ୍ଭବ ହୋଇପାରିନଥିଲା। ଆଜି ସକାଳୁ ପୁର୍ନବାର ନଦୀରେ ସନ୍ଧାନ କରାଯାଇଥିଲା। ଦୀର୍ଘ ସମୟ ପରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି।  ମିଳିଥିବା ସୂଚନା ଅନୁଯାୟୀ ମହାନଦୀର ଭଦିମୂଳ- ଗତିରାଉତ ପାଟଣା ମଧ୍ୟସ୍ଥଳ ବୋଗାମ୍ବା ମଠ ନିକଟସ୍ଥ ଘାଟକୁ ବିଶ୍ବଜିତ  ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ଆସିଥିଲେ। ଆଜି ଶ୍ରାବଣ ସୋମବାର ଥିବାରୁ ସେଠାରୁ ଜଳସଂଗ୍ରହ କରି ତିନି ଜଣ ସନ୍ଧ୍ୟାରେ ଜଗତସିଂହପୁର ଜିଲା ବିରିଡ଼ି ବ୍ଲକ ଅନ୍ତର୍ଗତ ଅଷ୍ଟଶମ୍ଭୁ ମନ୍ଦିରକୁ ଯାଇଥାନ୍ତେ। ହେଲେ ବିଧିର ବିଧାନ ଥିଲା କିନ୍ତୁ ଭିନ୍ନ। ତିନି ଜଣ ପ୍ରଥମେ କଳସ ଧରି ନଦୀରେ ବୁଡ଼ିଥିଲେ। ଏହାପରେ ଦୁଇ ଜଣ ନଦୀରୁ ପାଣିଧରି ଉଠିଥିଲେ। ମାତ୍ର ବିଶ୍ବଜିତ୍‌‌ ଆସି ନଥିଲେ। ଅଘଟଣ ଆଶଙ୍କା କରି ଦୁଇ ଜଣ ସାଙ୍ଗ ପାଟିକରି ଉଠିବାରୁ ସ୍ଥାନୀୟ ଅଞ୍ଚଳରେ ଥିବା ଅନ୍ୟ ଶ୍ରଦ୍ଧାଳୁମାନେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ତେବେ ପାଣି ଗଭୀରତା ସହିତ ପ୍ରଖର ସ୍ରୋତ କାରଣରୁ କେହି ନଦୀକୁ ପଶିବା ପାଇଁ ସାହସ ଜୁଟାଇ ନଥିଲେ। ସୂଚନା ପାଇବା ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ବୋଟ୍‌ ଜରିଆରେ ନଦୀରେ ରାତି ୧୦ଟା ପର୍ଯ୍ୟନ୍ତ ତଲାସି କରାଯାଇଥିଲେ ମଧ୍ୟ ବିଶ୍ୱଜିତ୍‌ଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଆଜି ସକାଳୁ ବିଶ୍ଵଜିତଙ୍କର ମୃତଦେହ ଉଦ୍ଧାର ହୋଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories