www.samajalive.in
Sunday, December 7, 2025
26.1 C
Bhubaneswar

ଭଙ୍ଗା ଚାଳ ଘରେ ବିତୁଛି କଳାବତୀଙ୍କ ଜୀବନ

କଳାପଥର: ଏ ହେଉଛନ୍ତି କଟକ ଜିଲା ବାଙ୍କୀ ବ୍ଳକ ଅନ୍ତର୍ଗତ କଳାପଥର ପଞ୍ଚାୟତ କଦମ୍ବପାଟଣା ଗ୍ରାମର କଳାବତୀ ସାହୁ। ଭଙ୍ଗା ଚାଳ ଘରେ ନିଜର ଅସହାୟ ଜୀବନ ବିତାଉଛନ୍ତି। ତାଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆବାସ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ମୋ କୁଡିଆ ସାତ ସପନ ପାଲଟିଛି। ଦାରିଦ୍ର ସୀମାରେଖା ତାଲିକାରେ କଳାବତୀଙ୍କ ନାମ ରହିଥିବା ବେଳେ ତାଙ୍କୁ ଘରଟିଏ ମିଳୁପାରୁ ନାହିଁ। ଅନ୍ତଦ୍ୱୟ ଅନ୍ନ ଯୋଜନାରେ ରାସନ କାର୍ଡ ଦ୍ୱାରା ବୟସର ଅପରାହ୍ନରେ ତାଙ୍କୁ ମିଳୁଛି କେବଳ ୩୫କେ.ଜି ସରକାରୀ ଚାଉଳ। ଭଙ୍ଗା ଚାଳ ଉପରେ ଜରିପାଲ ଓ ନୁଆଣିଆ ଘର ଅବସ୍ଥା କହିଲେ ନସରେ। ସ୍ୱାମୀ କପିଳା ସାହୁ ଜଣେ ରୋଗାକ୍ରାନ୍ତ ବ୍ୟକ୍ତି। କଳାବତୀ ଏକ ଘରୋଇ ସ୍କୁଲରେ ପିଲାମାନଙ୍କ ପାଇଁ କେୟାର ଟେକର ଭାବରେ କାର୍ଯ୍ୟ କରୁଛନ୍ତି। ସେଥିରୁ ଯାହା ଟଙ୍କା ପାଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ। ସେହି ଦରମା ଟଙ୍କା ସ୍ୱାମୀଙ୍କ ଔଷଧ କିଣିବାକୁ ପାଉନଥିବା କହିଛନ୍ତି କଳାବତୀ।
ସେ ବହୁବାର ବ୍ଲକ, ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନେହୁରା ହୋଇ ଆସୁଥିଲେ ସୁଧା ଆଜି ପର୍ଯ୍ୟନ୍ତ ତାଙ୍କ ଦୁଃଖ କେହି ଶୁଣିବାକୁ ନାହାଁନ୍ତି। ଏପରି ସ୍ଥିତିରେ କିପରି ତାଙ୍କୁ ସରକାର କିଛି ସହାୟତା କରିବାକୁ ନେହୁରା ହୋଇ କହିଛନ୍ତି କଳାବତୀ। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ପାଇଁ ସହାୟତା କରିବାକୁ ବ୍ଲକ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories