www.samajalive.in
Friday, December 5, 2025
20.1 C
Bhubaneswar

ବର୍ଷେ ହେଲା ଭଗାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ତାଲା, ୪୦ ପିଲା ଶିକ୍ଷାରୁ ବଞ୍ଚିତ

ବୌଦ୍ଧ: ଗ୍ରାମାଞ୍ଚଳରେ ଗରିବ ପିଲାଙ୍କ ଶିକ୍ଷା ନେଇ ସରକାର  ଅଙ୍ଗନୱାଡି କେନ୍ଦ୍ର ପନ କରିଛନ୍ତି । ଅଙ୍ଗନୱାଡି କେନ୍ଦ୍ର ଦ୍ୱାରା ଗରିବ ପିଲାଙ୍କ ଶିକ୍ଷାର ମୁଳଦୁଆ ଆରମ୍ଭ ହୋଇଥାଏ। କେନ୍ଦ୍ର ଜରିଆରେ ପିଲାଙ୍କୁ ପୁଷ୍ଟିକରି ଖାଦ୍ୟ ଦିଆଯାଇଥାଏ। କିନ୍ତୁ ଆଜକୁ ଏକବର୍ଷ ହେଲା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ତାଲା ପଡି ବନ୍ଦ ରହିଛି। ଫଳରେ ଗ୍ରାମରେ ଥିବା ୪୦ ପିଲା ଏବେ ଘରେ ବସି ରହିବା ସହ ଶିକ୍ଷା ଅଧିକାରରୁ ବଞ୍ଚିତ ରହିଛନ୍ତି।

ଗ୍ରାମରେ ପିଲାଙ୍କ ଶିକ୍ଷା ନେଇ ୧୯୮୯ ମସିହାରେ ଏକ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରାଯାଇ ପାଠପଢା ଚାଲିଆସୁଥିଲା। କିନ୍ତୁ ଉକ୍ତ କେନ୍ଦ୍ରର  ଅଙ୍ଗନୱାଡି  କର୍ମୀ ଓ ରୋଷେୟାଙ୍କ ଅବସର ପରେ କେନ୍ଦ୍ର ଖାଲି ପଡିଥିଲା। କିଛିଦିନ ଅସ୍ଥାୟୀ ଭାବେ ପିଲାଙ୍କୁ  କାଁଭାଁ ଛତୁଆ ଦେବା ପରେ ବର୍ତ୍ତମାନ ପ୍ରାୟ ବର୍ଷେ ହେବ କେନ୍ଦ୍ରରେ ତାଲା ପଡିରହିଛି। ଏପଟେ  ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ କେନ୍ଦ୍ରରେ ନୂତନ ଅଙ୍ଗନୱାଡି କର୍ମୀ ନିଯୁକ୍ତି ନେଇ ବିଜ୍ଞାପନ ବାହାର କରାଯାଇବାବେଳେ ଗ୍ରାମର କିଛି ମହିଳା ଆବେଦନ କରିଥିଲେ।  କିନ୍ତୁ ଆଜକୁ ୪/୫ ମାସ ହେଲାଣି ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଉନାହିଁ।

- Advertisement -

ମିଳିଥିବା ନୂଚନା ମୁତାବକ, ଅନଙ୍ଗନଓ୍ବାଡି କର୍ମୀ ପାଇଁ ଦୁଇଜଣଙ୍କ ପ୍ରମାଣପତ୍ର ଯାଞ୍ଚ ସରିଥିବାବେଳେ ବିଭାଗ ପକ୍ଷରୁ କାହିଁକି ନୂତନ ନିଯୁକ୍ତି ଦେବାରେ ବିଳମ୍ବ ହେଉଛି ନା ଆଉ କିଛି ରହସ୍ୟ ଅଛି ତାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷେ ହେଲା ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ଥିବାରୁ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏନେଇ ହରଭଙ୍ଗା ସିଡିପିଓ ଦୀପ୍ତିମୟୀ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ବିଭାଗ ପକ୍ଷରୁ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଇଛି। ପ୍ରମାଣପତ୍ର ଯାଞ୍ଚ ସରିଛି। ଉପଜିଲାପାଳଙ୍କୁ ଫାଇଲ ଦିଆଯାଇଛି। କେବଳ ଚୟନ କମିଟି  ବସି ନିଯୁକ୍ତି ଦେବା କଥା ବୋଲି କହିଥିଲେ। ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ  ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories