ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ; ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋରେ ଚଢାଉ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଘର, ଅଫିସ ସହିତ ଏକକାଳୀନ ୧୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌‌। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ଚଢାଉ ହେଉଛି। ଭୁବନେଶ୍ୱର ସତ୍ୟବିହାର ଘର, ଚନ୍ଦ୍ରଶେଖପୁର ଆପାର୍ଟମେଣ୍ଟ ଓ ଭଦ୍ରକ ଆଚାର୍ଯ୍ୟନଗର ଠାରେ ଥିବା ଘରେ ମଧ୍ୟ ରେଡ ଚାଲିିଛି। ସେହିପରି କଟକ ବାରବାଟୀ ନିକଟରେ ଥିବା ଅଫିସ ଓ ଭୁବନେଶ୍ୱର ନୟାପଲ୍ଲୀଠାରେ ଥିବା ତାଙ୍କ ପୁଅଙ୍କ ମେଡିସିନ ଷ୍ଟୋରରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌‌।

kalyan agarbati

Comments are closed.