କଟକ : ମେଡିକାଲର ୪ ମହଲାରୁ ଡେଇଁ ପଡିଲେ ରୋଗୀ, ଚାଲିଗଲା ଜୀବନ। କଟକ ଜଗତପୁର ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ହଠାତ୍ ୪ ମହଲାରୁ ଡେଇଁ ପଡିଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଢେଙ୍କାନାଳର ପ୍ରଭାସ ଧଳ ବୋଲି ଜଣାପଡିଛି। ତେବେ ପ୍ରଭାସ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



