www.samajalive.in
Sunday, December 14, 2025
16.1 C
Bhubaneswar

ରାସ୍ତାରେ ଅଳିଆ ପକାଇଲେ ଜୋରିମାନା

କଟକ : ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଅମାନିଆଙ୍କୁ ଜୋରିମାନା ଦେବାକୁ ପଡ଼ିବ। କଟକ ମହାନଗର ନିଗମ (ସିଏମସି) ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଭଳି କଠୋର ବ୍ୟବସ୍ଥା ଆପଣାଇବାକୁ ଯାଉଛି। ଘରୋଇ ଲୋକେ ରାସ୍ତାରେ ଅଳିଆ ଫିଙ୍ଗିଲେ ୧୦୦ ଟଙ୍କା ଓ ବ୍ୟବସାୟୀମାନେ ରାସ୍ତାରେ ଫିଙ୍ଗିଲେ ୨୦୦ ଟଙ୍କା ଜୋରିମାନା ଭରଣା କରିବାକୁ ପଡ଼ିବ। ସେହିଭଳି ପ୍ଲାଷ୍ଟିକ ଓ ପେପର କପ୍‌ ଉପରେ କଟକଣା ଜାରି କରାଯାଇଛି। ଏହାକୁ ନଗର ନିଗମ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛି। ଏ ସଂକ୍ରାନ୍ତରେ କାଉନସିଲରେ ପ୍ରସ୍ତାବକୁ ଅନୁମୋଦନ ମିଳିସାରିଛି। ଖୁବ୍‌ଶୀଘ୍ର ନଗର ନିଗମ ଜୋରିମାନା ବ୍ୟବସ୍ଥାକୁ କଡ଼ାକଡ଼ି କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ନଗର ନିଗମ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି। ଯେଉଁ ବ୍ୟକ୍ତି ବା ବ୍ୟବସାୟୀ ରାସ୍ତାକଡ଼ରେ ଆବର୍ଜନା ପକାଇବେ ସେମାନଙ୍କଠାରୁ ଏହି ଜୋରିମାନା ଆଦାୟ ହେବ। ପ୍ରଥମେ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ସର୍ବନିମ୍ନ ଜୋରିମାନା ଆଦାୟ କରାଯିବ;​‌ ମାତ୍ର ପୁନର୍ବାର ଖିଲାପ କଲେ ଜୋରିମାନା ଦୁଇଗୁଣ ଆଦାୟ କରାଯିବ। ନିଗମ ଦ୍ବାରା ଘରକୁ ଘର ଅଳିଆ ସଂଗ୍ରହ ଗାଡ଼ି ଯୋଗାଇ ଦିଆଯାଇଥିବା ବେଳେ ଲୋକମାନେ ସଚେତନ ଅଭାବରୁ ରାସ୍ତାଘାଟ ସଫେଇ ହେବା ପରେ ରାସ୍ତାରେ ଅଳିଆ ପକାଉଛନ୍ତି। ଘର ଦ୍ବାରମୁହଁକୁ ଗାଡ଼ି ଯାଉଥିଲେ ସୁଦ୍ଧା ଆବର୍ଜନା ଅଧିକାଂଶ ନ ଦେଇ ଘର ସମ୍ମୁଖ ରାସ୍ତାକଡ଼ରେ ଗଦା କରୁଛନ୍ତି। ଏହାଦ୍ବାରା ପରିବେଶ ପ୍ରଦୂଷଣ ହେବା ସହ ସଫେଇ କର୍ମଚାରୀ ପଳାଉଥିବାରୁ ସଫେଇ ଠିକ ଭାବେ ହୋଇପାରୁ ନାହିଁ। ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଘରୋଇ ମାଲିକ ଅଳିଆ ଫିଙ୍ଗିଲେ ତାଙ୍କଠାରୁ ୧୦୦ ଟଙ୍କା ଏବଂ ବ୍ୟବସାୟୀ ଅନୁଷ୍ଠାନଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରାଯାଇ ପରିମଳ ନିରୀକ୍ଷକଙ୍କ ଦ୍ବାରା ଜୋରିମାନା ଆଦାୟ କରାଯିବ ବୋଲି ନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଜୋରିମାନା ଆଦାୟ କରିବା ପାଇଁ ୧୫ ଜଣ ସଦସ୍ୟଙ୍କୁ ନେଇ ଏକ ଦଳ ଗଠନ ହେବ। ସମଗ୍ର ୫୯ ୱାର୍ଡରେ ନଗର ନିଗମ ପକ୍ଷରୁ ସଚେତନତା ଶିବିର କରାଯିବାର କାର୍ଯ୍ୟକ୍ରମ ରହିଛି। ରାସ୍ତାରେ ଯେଭଳି ଆବର୍ଜନା ଲୋକେ ନ ଫିଙ୍ଗିବେ ସେଥିପାଇଁ ସେମାନଙ୍କୁ ଅନୁରୋଧ କରାଯିବ। ଘରକୁ ଘର ଆବର୍ଜନା ସଂଗ୍ରହ କରିବାକୁ ଆସୁଥିବା କର୍ମଚାରୀଙ୍କୁ ଓଦା ଓ ଶୁଖିଲା ବର୍ଜ୍ୟ ଦେବା, ପଲିଥିନ ବ୍ୟବହାର ବର୍ଜନ କରିବା, ପ୍ରତି ଘରେ ଓ ବ୍ୟବସାୟ ପ୍ରତିଷ୍ଠାନରେ ଡଷ୍ଟବିନ୍‌ ଆଦି ରଖିବାକୁ ସଚେତନ କରାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ସେହିଭଳି ନାଳରେ ବ୍ୟବସାୟୀମାନେ ଆବର୍ଜନା ପକାଯାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଖାଦ୍ୟଦ୍ରବ୍ୟ ବିକ୍ରି କରୁଥିବା ଉଠା ଦୋକାନୀ ଓ ଛୋଟ ହୋଟେଲ ନିଜ ନିଜ ଆବର୍ଜନାକୁ ନାଳରେ ପକାଉଥିବାରୁ ବର୍ଜ୍ୟଜଳ ନିଷ୍କାସନ ସହ ବର୍ଷା ଦିନେ ଜଟିଳ ସମସ୍ୟା ସୃଷ୍ଟି କରୁଛି। ଅଧିକାଂଶ ନାଳରେ ପେପର ପ୍ଲେଟ୍, ପ୍ଲାଷ୍ଟିକ ଓ ପେପର ଚା କପ୍‌, ପଲିଥିନ୍‌ଠାରୁ ଆରମ୍ଭ କରି ଜରି ଜାତୀୟ ପ୍ୟାକେଟ୍‌ ଖୋଳ ଆଦି ଭାସୁଥିବା ଦେଖିବାକୁ ମିଳୁଛି। ସେମାନେ ଆବର୍ଜନା ପକାଇବା ଦ୍ବାରା ନାଳ ଅବରୋଧ ହେବାରୁ ବର୍ଜ୍ୟଜଳ ଠିକ ଭାବେ ନିଷ୍କାସିତ ହୋଇପାରୁ ନାହିଁ। ତେଣୁ ଏହାକୁ ହ୍ରାସ କରିବା ପାଇଁ ପାଇଁ ଜୋରିମାନା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି। ସିଏମସି କମିସନର ଅନାମ ଚରଣ ପାତ୍ର କହିଛନ୍ତି ଯେ ଆମେ ଲୋକଙ୍କୁ ପ୍ରଥମେ ସଚେତନ କରୁଛୁ। ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଯେଉଁ ଅମାନିଆମାନେ ଘରକୁ ଗାଡ଼ି ଗଲା ପରେ ଆବର୍ଜନା ନ ଦେଇ ରାସ୍ତାରେ ଫିଙ୍ଗୁଛନ୍ତି ସେମାନଙ୍କ ବିରୋଧରେ ଜୋରିମାନା କରାଯିବ। ସେହିଭଳି ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ରାସ୍ତାରେ ଅଳିଆ ପକାଇପାରିବେ ନାହିଁ। କାଉନସିଲ ଅନୁମୋଦନକ୍ରମେ ଖୁବଶୀଘ୍ର ଜୋରିମାନା ବ୍ୟବସ୍ଥା କରାଯିବ। ସେହିଭଳି ପ୍ଲାଷ୍ଟିକ ତଥା ପେପର ଚା କପ୍‌ ଉପରେ କଟକଣା ଜାରି କରାଯାଇଛି ବୋଲି ଶ୍ରୀ ପାତ୍ର କହିବା ସହ ରାସ୍ତାରେ ଆବର୍ଜନା ନ ଫିଙ୍ଗିବାକୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories