www.samajalive.in
Friday, December 5, 2025
23.1 C
Bhubaneswar

ମସ୍ତିଷ୍କ ଉପରେ କୁପ୍ରଭାବ ପକାଏ ମେଦବହୁଳତା

ବିଶ୍ବର ବିଭିନ୍ନ ଦେଶରେ ମେଦବହୁଳ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମେଦବହୁଳତା ଯୋଗୁଁ ନାନାପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉତ୍ପନ୍ନ ହେଉଛି। ହୃଦଯନ୍ତ୍ର, ବୃକ୍‌କ, ଯକୃତ ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଉଛି। ଅନ୍ୟପକ୍ଷରେ ମେଦବହୁଳତା ମସ୍ତିଷ୍କର କାର୍ଯ୍ୟଦକ୍ଷତା ଉପରେ କୁପ୍ରଭାବ ପକାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏଥିସହ ମେଦବହୁଳ ବ୍ୟକ୍ତି ନାନାପ୍ରକାର ଦୁଃଶ୍ଚିନ୍ତାର ସମ୍ମୁଖୀନ ହେଉଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ଏ ସମ୍ପର୍କରେ ଆମେରିକାସ୍ଥିତ ଏକ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର କହିଛନ୍ତି ମେଦବହୁଳ ବ୍ୟକ୍ତି କି ପ୍ରକାର ମାନସିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ସେ ସମ୍ପର୍କରେ ଏକ ଗବେଷଣା କରାଯାଇଥିଲା। ଗବେଷଣାରୁ ଯେଉଁ ତଥ୍ୟ ହସ୍ତଗତ ହେଲା ତାହା ଚିନ୍ତାଜନକ। ମେଦବହୁଳ ବ୍ୟକ୍ତିଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା କମୁଥିବା ଗବେଷଣାରୁ ଜଣାପଡ଼ିଲା। ଏଥିସହ ସେମାନେ ନାନାପ୍ରକାର ଦୁଃଶ୍ଚିନ୍ତାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ମେଦବହୁଳତା କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ଏହି ତଥ୍ୟ ଆଗାମୀଦିନରେ ମେଦବହୁଳତା ସମସ୍ୟାର ମୁକାବିଲା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories