www.samajalive.in
Sunday, December 14, 2025
17.1 C
Bhubaneswar

ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ସଂକ୍ରମଣ ଦେଖାଦେଉଛି: ଜିଲାପାଳ

ଭୁବନେଶ୍ବର: କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ସଂକ୍ରମଣ ଦେଖାଦେଉଛି। ଜିଲାରେ କରୋନାରୁ ସୁସ୍ଥ ହାର ୬୬.୦୩%। କରୋନା ଜନିତ ମୃତ୍ୟୁହାର ପଏଣ୍ଟ ଜିରୋ ୱାନ୍‌ ରହିଛି। କଟକରେ କୋଭିଡ୍‌ ଯୋଦ୍ଧାଙ୍କ ଉଦ୍ୟମ ପ୍ରଶଂସନୀୟ। କଟକ ଜିଲା​‌େ​ର ପଞ୍ଚାୟତ ସ୍ତରରେ ୩୭୩ କୋଭିଡ୍‌ କେୟାର୍‌ ହୋମ୍। ଜିଲାରେ ଜୀବନ ଓ ଜୀବିକା ଉଭୟ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି।
ଜିଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ଯେ କଟକ ଜିଲାରେ ଗ୍ରାମାଞ୍ଚଳରେ ୪୬.୯% ସଂକ୍ରମିତ ହୋଇଥିବାବେଳେ ସହରାଞ୍ଚଳରେ ୫୩.୧% ସଂକ୍ରମିତ ହୋଇଛନ୍ତି। ମୋଟ ୨୮୧୯ କରୋନା ପଜିଟିଭ୍ ମଧ୍ୟରୁ ଗ୍ରାମାଞ୍ଚଳରେ ପଜିଟିଭ୍ ସଂଖ୍ୟା ୧୩୬୪ ରହିଥିବାବେଳେ ସହରାଞ୍ଚଳର ପଜିଟିଭ୍ ସଂଖ୍ୟା ୧୫୪୬। ସେହିପରି ଗ୍ରାମାଞ୍ଚଳରେ ଆକ୍ଟିଭ୍‌ କେସ୍ ୨୧୬ ଥିବାବେଳେ ସହରାଞ୍ଚଳରେ ୭୭୩ ରହିଛନ୍ତି। କଟକ ଜିଲାରେ ସୁସ୍ଥତା ହାର ୬୬.୦୩% ରହିଥିବାବେଳେ ମୃତ୍ୟୁହାର ୦.୦୧% ରହିଛି। ଗ୍ରାମାଞ୍ଚଳରେ ବଡ଼ମ୍ବା ନରସିଂହପୁର ଓ ଆଠଗଡ଼ ଅଞ୍ଚଳରେ ଅଧିକ ସଂକ୍ରମଣ। ସହରାଞ୍ଚଳରେ ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି। କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ। ଜୀବନ ସହ ଜୀବିକାକୁ ଦେଖିବାକୁ ପଡୁଥିବାରୁ ଅସୁବିଧା ରହୁଛି। ଜିଲାରେ ଆଉ ଗୋଟିଏ ଉତ୍ସର୍ଗୀକୃତ କୋଭିଡ୍‌ ହସ୍‌ପିଟାଲ୍‌ ହେବାକୁ ଯାଉଛି। ଏସ୍‌ସିବିରେ ୧୩୮ ପ୍ଲାଜ୍‌ମା ୟୁନିଟ୍‌ ସଂଗୃହୀତ ହୋଇଥିବାବେଳେ ସେଥିମଧ୍ୟରୁ ୧୦୪ ୟୁନିଟ୍‌ ବ୍ୟବହୃତ ହୋଇଛି। ଏସ୍‌ସିବିରେ ଆଜି ପର୍ଯ୍ୟନ୍ତ ୧ଲକ୍ଷ ୨୦ହଜାର କରୋନା ଟେଷ୍ଟ ହୋଇଛି। ୧୮ଟି ଜିଲାର ଲେକେ ଏସ୍‌ସିବି ପାଇଁ ଚିକିତ୍ସା ସେବା ପାଇଛନ୍ତି। ଜିଲାରେ ଏ ପର୍ଯ୍ୟନ୍ତ ୩୦୧ଜଣ କୋଭିଡ୍‌ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ଯୋଦ୍ଧାଙ୍କ ମଧ୍ୟରୁ ଏସ୍‌ସିବିରେ ୬୯ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଗ୍ରାମାଞ୍ଚଳ ପାଇଁ ୧୮୨୧ କୋଭିଡ୍‌ ମ୍ୟାନେଜ୍‌ମେଣ୍ଟ କମିଟି କାର୍ଯ୍ୟ କରୁଛି। ସହରାଞ୍ଚଳ ପାଇଁ ୧୧୩ଟି ୱାର୍ଡ କମିଟି କାର୍ଯ୍ୟ କରୁଛି। ଗ୍ରାମାଞ୍ଚଳରେ ୧୪ଟି ଓ ସହରାଞ୍ଚଳରେ ୬ଟି ଟିମ୍‌ ସ୍ବାବ୍‌ ସଂଗ୍ରହ କରୁଛନ୍ତି ବୋଲି ଜିଲାପାଳ ଭବାନୀ ଶଙ୍କର ଚଇନି ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories