www.samajalive.in
Monday, December 15, 2025
15.1 C
Bhubaneswar

ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ-ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହେଲା କ୍ରୁଟ୍

ଭୁବନେଶ୍ବର: କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ ୨୦୨୩ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ) ଦ୍ୱାରା ଆୟୋଜିତ ଏହି ସମ୍ମାନଜନକ ପୁରସ୍କାର ସହରାଞ୍ଚଳ ପରିବହନର ଗୁଣବତ୍ତା ବୃଦ୍ଧି ଏବଂ ସ୍ଥାୟୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବାରେ କ୍ରୁଟର ଉଲ୍ଲେଖନୀୟ ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରେ। “ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରନିଂ ଟ୍ରଫି” ବର୍ଗରେ ଏହି ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ରୁଟକୁ ଏହି ପୁରସ୍କାର ମିଳିଛି। ସବସିଡି ହ୍ରାସ କରିବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଦିଗରେ କାର୍ଯ୍ୟ କରିବା ତଥା ସହରାଞ୍ଚଳ ପରିବହନର ପରିଚାଳନା କ୍ଷେତ୍ରରେ ଅଧିକ ଦକ୍ଷ ଓ ପ୍ରଭାବଶାଳୀ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ କ୍ରୁଟର ରଣକୌଶଳ ପାଇଁ ଏହି ସମ୍ମାନ ମିଳିଛି। ପୁରସ୍କାର ସହିତ ମିଳିଥିବା ପ୍ରଶଂସାପତ୍ରରେ ଭାରତରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ କ୍ରୁଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

କ୍ରୁଟ୍ ରାଜସ୍ୱ ସଂଗ୍ରହରେ ସଫଳତା ହାସଲ କରି ସରକାରୀ ସବସିଡି ଉପରେ ନିର୍ଭରଶୀଳତାକୁ ଯଥେଷ୍ଟ ହ୍ରାସ କରିପାରିଛିI ଏହା ଦ୍ୱାରା ଅଧିକ ଦକ୍ଷ ପରିଚାଳନା ସମ୍ଭବ ହେବା ସହ ୨.୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ନିରବଚ୍ଛିନ୍ନ ଦୈନିକ ପରିବହନ ସେବା ଯୋଗାଇ ଦିଆଯାଇପାରୁଛିI କ୍ରୁଟର ସୁପରିଚାଳନା ଯୋଜନା ଏବଂ ବୈଜ୍ଞାନିକ ରାଜସ୍ୱ ନିଶ୍ଚିତତା କୌଶଳ ମାଧ୍ୟମରେ ସଫଳତାର ସହ ୨୦୧୯-୨୦ ଆର୍ଥିକ ବର୍ଷରେ ଯାତ୍ରୀ ପିଛା ସବ୍ସିଡି ୧୧.୬୫ ଟଙ୍କାରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୫.୫୭ ଟଙ୍କାକୁ ହ୍ରାସ ପାଇଛି। କ୍ରମାଗତ ପଞ୍ଚମ ବର୍ଷ କ୍ରୁଟ୍‌କୁ ସମ୍ମାନଜନକ ଅର୍ବାନ ମୋବିଲିଟି ଇଣ୍ଡିଆ ପୁରସ୍କାର ମିଳିବା ସହରାଞ୍ଚଳ ପରିବହନ କ୍ଷେତ୍ରରେ ଆମର ଉଲ୍ଲେଖୀୟ ସଫଳତାକୁ ଦର୍ଶାଉଛି। ଚଳିତ ମାସ ଅକ୍ଟୋବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଦିଲ୍ଲୀର ମାନେକ୍‍ଶା କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ଓଡ଼ିଶା ସରକାର ୫-ଟି ନୀତି ଅଧାରରେ ଟେକ୍ନୋଲୋଜି, ଟିମ୍ ୱାର୍କ, ସ୍ୱଚ୍ଛତା, ସମୟ ଓ ରୂପାନ୍ତରଣକୁ ଗୁରୁତ୍ତ୍ଵ ଦେଉଛନ୍ତି। ପରିବେଶ ଅନୁକୂଳ ସହରାଞ୍ଚଳ ପରିବହନ ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କୁ ସୁବିଧାଜନକ ସେବା ଯୋଗାଇଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories