ରେଙ୍ଗାଲି,: ବଳିଯାତ୍ରା ଉପଲକ୍ଷେ ରେଙ୍ଗାଲି ବ୍ଲକ ଲଇଡା ଗ୍ରାମର ଜଗନ୍ନାଥ ଖେଳ ପଡିଆରେ ଚାଲିଥିବା ପ୍ରେମ୍ ଆଧାର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ରେ ଗୟାମାଲ ଏଫସି ଭାଲୁବାହାଲ ଏଫସିକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଖେଳ ଶେଷରେ ଅନୁଷ୍ଠିତ ଟ୍ରଫି ପ୍ରଦାନ ଉତ୍ସବରେ ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ମୁଖ୍ୟଅତିଥି ଏବଂ ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର କିଶୋର ପତି,ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲୀପ ଦୁରିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିତେନ୍ଦ୍ର ପ୍ରସାଦ ପଣ୍ଡା, ରେଙ୍ଗଲୋଇ ସମିତି ସଭ୍ୟ ଅଶ୍ୱିନୀ ପଟେଲ, ଲଇଡା ସମିତି ସଭ୍ୟ ସଞ୍ଜିବନୀ ବେହେରା ପୂର୍ବତନ ପ୍ରଧାନ ଶିକ୍ଷକ ବିନୟ ଚୌଧୁରୀ, କିନାଲୋଇ ସମିତି ସଭ୍ୟ ଶୁକଦେବ ମାଝି ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଦଳକୁ ଚମ୍ପିଆନ ଟ୍ରଫି ଓ ପରାଜିତ ଦଳକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ଉଦୌକ୍ତା କବିର ଶରଣ ନାଏକ ଟ୍ରଫି ପ୍ରଦାନ ଉତ୍ସବରେ ସଭାପତିତ୍ବ କରିଥିଲେ। ବଦ୍ରିନାରାୟଣ ପଟେଲ ଓ କିଶୋର ସାହୁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ରାଜା, ଟି.ମାଝି, ମନୋଜ ନାଏକ ଖେଳ ପରିଚାଳନା କରିଥିଲେ।
Popular Categories



