www.samajalive.in
Tuesday, December 9, 2025
23.1 C
Bhubaneswar

ମହାନଦୀରେ ଚାଲିବ କ୍ରୁଜ୍, ୭ ସ୍ଥାନରେ ପରିବେଶ ଅନୁକୂଳ ନିର୍ଜନ ବାସ

ଭୁବନେଶ୍ବର: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦୁଇ ପାଦ ଆଗକୁ ବଢ଼ାଇଛି ଓଡିଶା ପର୍ଯ୍ୟଟନ ବିଭାଗ। ଏଠାରେ ବି ଗୋଆ ଓ କୋଲକତା ଭଳି ନଦୀଭିତ୍ତିକ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଉଛି। ମହାନଦୀ ଭିତରେ ପର୍ଯ୍ୟଟକମାନେ ବୁଲିବାର ସୁଯୋଗ ପାଇପାରିବେ। ଜାହାଜ ଭିତରେ ବୁଲିବା ସହିତ ଭୋଜନର ବ୍ୟବସ୍ଥା ରହିବ। ଏଥିରେ ପର୍ଯ୍ୟଟକ ଭ୍ରମଣ କରିେବ ଏବଂ କେଉଁ ସ୍ଥାନରେ ରହଣିସ୍ଥଳ କରାଯିବ ସେ ଯୋଜନା ଚାଲିଛି। ଅଗଷ୍ଟ ଶେଷ ସୁଦ୍ଧା ରୂପରେଖ ଚୂଡାନ୍ତ ହୋଇ କାର୍ଯ୍ୟ ଆରମ୍ଭ କରାଯିବ। ଏହି ସୂଚନା ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଦେଇଛନ୍ତି। କରୋନା ମହାମାରୀ ପୂର୍ବରୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ପର୍ଯ୍ୟଟକଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରିବା ପାଇଁ ଏଭଳି ଅଭିନବ ଯୋଜନା କରିଥିଲେ। ହେଲେ କରୋନା ମହାମାରୀ ଯୋଗୁଁ ଏହି ସବୁର କାମ ଆରମ୍ଭ ହୋଇପାରିନଥିଲା।

ଏଥିପ୍ରତି ଏବେ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବା ଆରମ୍ଭ କରିଛି। ତାଳଦଣ୍ଡାରେ ବୋଟିଂ କ୍ଲବ କରାଯିବ। ଏହାପୂର୍ବରୁ ହୀରାକୁଦ ଓ କଟକର ସିଲଭରସିଟିରେ ବୋଟିଂ ସେବା ଆରମ୍ଭ କରାଯାଇଛି। ବାହାର ରାଜ୍ୟକୁ ନ ଯାଇ ଏବେ ଓଡିଶାରେ ବୋଟିଂ ସୁବିଧା ପାଇପାରିବେ। ଆମର ପର୍ଯ୍ୟଯନ କ୍ଷେତ୍ର କେବଳ ଓଡିଶା ନୁହେଁ ବରଂ ବାହାର ରାଜ୍ୟବାସୀଙ୍କୁ ଆକୃଷ୍ଟ କରିବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି।

- Advertisement -

ପ୍ରଥମ ଥର ପାଇଁ ରାଜ୍ୟର ୭ଟି ସ୍ଥାନରେ ପର୍ଯ୍ୟଟକମାନେ ପରିବେଶ ଅନୁକୂଳ ନିର୍ଜନ ବାସ (ଇକୋ ରିଟ୍ରିଟ)ର ସୁବିଧା ପାଇପାରିବେ। ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁ ତଳେ ତାରକା ହୋଟେଲର ସୁବିଧା ପାଇପାରିବେ। ଜଳକ୍ରୀଡ଼ା, ବୋଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ରହିଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏଭଳି ନିଆରା ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ତେବେ ଚଳିତ ବର୍ଷ କୋଣାର୍କ, ହୀରାକୁଦ, ଦାରିଙ୍ଗବାଡି, ସାତକୋଶିଆ, ଭିତରକନିକା ସହିତ ଗୋପାଳପୁରର ପତିସୋନପୁର ଓ ଦେଓମାଳିର ପଟୁସିନେରୀରେ ଇକୋ ରିଟ୍ରିଟ କରାଯିବ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories