www.samajalive.in
Monday, December 15, 2025
15.1 C
Bhubaneswar

ଫସଲ ଅମଳ ପାଇଁ ଚାଷୀକୂଳ ପ୍ରସ୍ତୁତ ବେଳେ ; ଜମିରେ ବର୍ଷାପାଣି, ଧାନ ଓ ମକା ଫସଲ ନଷ୍ଟ

ମୋହନା : କ୍ରମାଗତ ଲଘୁଚାପର ଲଗାଣ ବର୍ଷାରେ ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ ଧାନ ଓ ମକା ଫସଲ ନଷ୍ଟ ହୋଇଛି । ଧାର ଉଧାର କରି ଧାନ ଓ ମକା ବିହନ କିଣି ଆଣି ଚାଷ କରିଥିବା ଚାଷୀ ଏବେ ଚିନ୍ତା ଗ୍ରସ୍ତରେ। ଅଞ୍ଚଳରେ ଚାଷୀ କୂଳ ପାଚିଲା ଧାନ କାଟି ବିଲ୍‌ରେ ରଖିଥିଲା ଆଣିବା ପାଇଁ କିନ୍ତୁ ଅଦିନିଆ ଲଘୁଚାପ ଲଗାଣ ବର୍ଷାରେ ବିଲରେ ଆଣ୍ଠୁଏ ପାଣି । ଲହଡି ଭାଙ୍ଗୁଚି ବର୍ଷାଜଳ । ପାଚିଲା ଧାନ ବିଲରେ ପଡି ଗଜା ହୋଇ ଗଲାଣି। ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ଷା ପାଣିରେ ଧାନ କଳେଇ ଭାସିଯାଇଥିବା ଚାଷୀମାନେ କହିଛନ୍ତି । ମୋହନା ବ୍ଲକ ଅନ୍ତର୍ଗତ ବଡସିଦ୍ଧବା ପଞ୍ଚାୟତ ଅଧିନ ଖାରିଗୁମା ଗ୍ରାମର ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଏକର ଚାଷ ଜମିରେ ଧାନ ଫସଲ ଲଗାଣ ବର୍ଷାରେ ନଷ୍ଟ ହୋଇଯାଇଛି । ବିଲରେ ପାଚିଲା ଧାନ କାଟି ରଖାଯାଇଥିବା ବେଳେ କ୍ରମାଗତ ବର୍ଷା ଯୋଗୁଁ ଚାଷୀ ଧାନ ଆଣି ନ ପାରିବା ଯୋଗୁଁ ପାଚିଲା ଧାନ ବିଲରେ ପଡି ଗଜା ହୋଇଥିବା ଦେଖିବାକୁ ମିଳିଛି  । ୩ କିଲୋ ହାଇବ୍ରିଡ ଧାନ ବିହନକୁ ୧୨୫୦ ଟଙ୍କାରେ ଚାଷୀ ବଜାରରୁ କିଣି ଆଣି ଚାଷ କରିଥିଲା। ଭଲ ଫସଲ ହେଲେ ଦି ପଇସା ରୋଜଗାର କରିବା ଏବଂ ପରିବାର ପ୍ରତି ପୋଷଣ କରିବ କିନ୍ତୁ ସବୁ ଧୂଳିସାତ ହୋଇଯାଇଥିବା ଖାରିଗୁମା ଗ୍ରାମର ଚାଷୀମାନେ ଦୁଃଖର ସହ କହିଛନ୍ତି । ଯଦି ଜିଲ୍ଲା ପ୍ରସାଶନ ସେମାନଙ୍କ ଦୁଃଖ ବୁଝି ସରକାରୀ ସହାୟତା ଯୋଗାଇ ଦିଅନ୍ତା ତେବେ ସେମାନେ ୠଣ ଗ୍ରସ୍ତରୁ ମୁକ୍ତି ହୁଅନ୍ତେ ବୋଲି ଗ୍ରାମର ଚାଷୀ ଚିତ୍ରସେନ ମଳିକ, ଶରତ ମଳିକ, ବିଶ୍ୱାମିତ୍ର ମଳିକ, ବିଶିକେଶନ ମଳିକ,ରବି ମଳିକ, ପୂର୍ଣ୍ଣଚନ୍ଦ୍ର ମଳିକ ଆଦି ଚାଷୀ କହିଛନ୍ତି। ସେହିପରି ବିଭିନ୍ନ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷରେ ମକା ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ଏ ସଂପର୍କରେ ବ୍ଳକ କୃଷି ଅଧିକାରୀ ସନ୍ଦୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି କର୍ମଚାରୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ସୋମବାର ସୁଦ୍ଧା କ୍ଷୟକ୍ଷତି ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତିକୁ ଆକଳନ କରି ସରକାରଙ୍କ ନିୟମ ମୁତାବଳ ସାହାଯ୍ୟ ଯୋଗାଇ ଦିଆଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories