www.samajalive.in
Sunday, December 14, 2025
19.1 C
Bhubaneswar

ବୌଦ୍ଧ : ମହାନଦୀରେ କୁମ୍ଭୀର, ଲୋକେ ଆତଙ୍କିତ

ବୌଦ୍ଧ  : ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ଗତ ୨ ତାରିଖରେ ଜିଲ୍ଲାରେ ବନ୍ୟା ଦେଖାଦେଇଥିଲା। ବନ୍ୟା ଫଳରେ ଜିଲ୍ଲାର ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷତି ହୋଇଥିଲା । ଏହି ବନ୍ୟା ପରେ ମହାନଦୀର ହରଭଙ୍ଗା ବ୍ଲକର କରଡି ଘାଟରେ ଏକ ବଡ କୁମ୍ଭୀର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଗତ ଦୁଇଦିନ କରଡି ଘାଟରେ କୁମ୍ଭୀରଟି ଦେଖାଦଇଥିବା ବେଳେ ଆଉ ଆଜି ସେଠାରେ ଦେଖା ଯାଉନଥିବାର ଜଣାପଡିଛି। କୁମ୍ଭୀରଟି ଉପରକୁ ଉଠି ଆସିଥିବା ବୌଦ୍ଧ ସହର ନିକଟସ୍ଥ ବଙ୍କାପଡା ପାଖାପାଖି ରହିଥିବା ସନ୍ଦେହ କରାଯାଉଛି । ମହାନଦୀରେ କୁମ୍ଭୀର ଦେଖାଦେବା ପରେ ବନ ବିଭାଗର ଏକ ଟିମ ସେଠାରେ ରହି କୁମ୍ଭୀରର ଗତିବିଧି ଉପରେ ନଜର ରଖିଛି । ମହାନଦୀରେ କୁମ୍ଭୀର ଦେଖାଦେବା ପରେ ସ୍ଥାନିୟ ଲୋକେ ଆତଙ୍କିତ ହୋଇପଡିଛନ୍ତି ଓ ମହାନଦୀକୁ ଯିବାକୁ ଡରୁଛନ୍ତି । କରଡି ସମେତ ଆଖପାଖ ଅଂଚଳର ଲୋକମାନେ ଆଉ ନଦୀକୁ ଯାଉନାହାନ୍ତି । ହେଲେ ଗୋରୁ ଗାଈମାନେ ନଦୀକୁ ଚାଲିଯାଉଥିବାର ଦେଖିବାକୁ ମିଳୁଛି । ଗୋରୁଗାଈଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଲୋକମାନେ କୂଳରେ କୁମ୍ଭୀର ଦେଖିବା ପାଇଁ ଭିଡ ଜମାଇଛନ୍ତି । ସେପଟେ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । କୁମ୍ଭୀରଟି ପ୍ରାୟ ୧୨ ଫୁଟରୁ ଅଧିକ ହେବାର ଅନୁମାନ କରାଯାଉଛି । ମହାନଦୀରେ ପ୍ରତିବର୍ଷ ବନ୍ୟା ଆସିଲେ କୁମ୍ଭୀର ଦେଖାଦେଇଥାଏ । ଗତ ବର୍ଷ ଅଗଷ୍ଟ ମାସରେ ଜିଲ୍ଲାରେ ବନ୍ୟା ହୋଇଥିଲା । ଏହି ସମୟରେ ହରଭଙ୍ଗା ବ୍ଲକର ରାମଗଡ ଠାରେ ମହାନଦୀରେ କୁମ୍ଭୀର ଦେଖାଦେଇଥିଲା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories