www.samajalive.in
Monday, December 15, 2025
26.1 C
Bhubaneswar

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା

ବୌଦ୍ଧ :  ଅଗଷ୍ଟ ମାସ ପହିଲାରେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ତଳିଆ ଅଂଚଳରେ ବର୍ଷା ପାଣି ପ୍ରବେଶ କରି ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ଏହି ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବର୍ଷା ଯୋଗୁଁ ଜଳେଶ୍ୱର ମନ୍ଦିରକୁ ଯାଇଥିବା ରାସ୍ତା ଧୋଇ ହୋଇଯାଇଛି । ବର୍ତ୍ତମାନ ବାଉଁଶ ପୋଲ କରି ଯିବା ଆସିବା କରାଯାଉଛି । ୫୭ ନମ୍ବର ଜାତୀୟ ରାଜପଥର ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ନିକଟରୁ ମହାନଦୀ କୂଳରେ ଥିବା ଜଳେଶ୍ୱର ମନ୍ଦିରକୁ ଏହି ରାସ୍ତାଟି ଯାଇଛି । ବର୍ତ୍ତମାନ ଶ୍ରବଣ ମାସ ଚାଲୁଥିବାରୁ ଜଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି । ହେଲେ ବର୍ଷାରେ ରାସ୍ତା ଧୋଇଯିବା ଯୋଗୁଁ ଭକ୍ତଙ୍କ ଯିବା ଆସିବା କରିବାରେ ସମସ୍ୟା ଦେଖାଦେଇଛି। ସେହିପରି ଏହି ରାସ୍ତାରେ ଏକ ବିଦ୍ୟାଳୟ ପଡୁ ଥିବାରୁ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଯାଇଥାନ୍ତି । ହେଲେ ରାସ୍ତା ଧୋଇହୋଇ ଯିବାରୁ ପିଲାମାନଙ୍କ ପଢିବା ପାଇଁ ଯିବା ଆସିବାରେ ସମସ୍ୟା ଦେଖାଦେଇଛି। ତେଣୁ ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରାଯିବାକୁ ପ୍ରଶାସନ ନିକଟରେ ଅଂଚଳବାସୀ ଦାବି କରିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories