୫-ଟି ସଚିବଙ୍କ କଣ୍ଟାବାଞ୍ଝି ଗସ୍ତ
କଣ୍ଟାବାଞ୍ଝି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳିରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଏକ ଜନ ଶୁଣାଣି ଅଭିଯୋଗ ତଥା ସାଧାରଣସଭାରେ ଯୋଗ ଦେଇଥିଲେ। ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଲପଡିଆରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀ ପାଣ୍ଡିଆନ ପ୍ରଥମେ ରାଣିପୁର ଝରିଆଲର ସର୍ବ ପୁରାତନ ଚୌଷଠି ଯୋଗୀନୀ ମନ୍ଦିର ଉନ୍ନତି କରଣ ଏବଂ ପୁର୍ନବିକାଶ ପାଇଁ ବିିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ମନ୍ଦିର ପରିଚାଳନା କମିଟି ତଥା ଝରିଆଲ ଗ୍ରାମର ଜନସାଧାରଣ ସହ ଆଲୋଚନା କରିଥିଲେ। ମନ୍ଦିରର ବିକାଶ ପାଇଁ ଜିଲ୍ଲାପାଳ ଏବଂ ଦେବୋତ୍ତର ବିଭାଗ ସହ ଆଲୋଚନା କରିବା ସହିତ ଆବଶ୍ୟକ ଅନୁଦାନ ଦେବା ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି କହିଛନ୍ତି। ସଭାସ୍ଥଳରେ ଥିବା ହଜାର ହଜାର ମିଶନ ଶକ୍ତି ସ୍ୱଂୟ ସହାୟକ ଗୋଷ୍ଠିର ମହିଳା ମାନଙ୍କ ପାଖକୁ ଯାଇ ଅଭିଯୋଗ ଗ୍ରହଣ କରିଥିଲେ ।
ସ୍ଥାନୀୟ ମନ୍ଦିର, ମସଜିଦ, ଗୀର୍ଜା ଓ କମ୍ୟୁନିଟି ସେଣ୍ଟରର ଉନ୍ନତି କରଣ ପାଇଁ ଆବଶ୍ୟକ ଅନୁଦାନ ଦିଆଯିବ ବୋଲି ସେ କହିଥିଲେ । ସମସ୍ତ ଅନୁଦାନ ସ୍ୱଛତାର ସହ କଲେ ୨ୟ ଓ ୩ୟ କିସ୍ତି ଅର୍ଥ ଯଥା ଶିଘ୍ର ପ୍ରଦାନ କରାଯିବ ବୋଲି କହିଥିଲେ। ମିଶନ ଶକ୍ତିର ସ୍ୱଂୟ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଥିବା ବେଳେ ଆଗାମୀ ଦିନରେ ୭ରୁ ୧୦ ଲକ୍ଷ ଯାଏ ବୃଦ୍ଧି କରାଯିବା। ସେହିପରି ବିଜୁ ସ୍ୱାସ୍ଥ୍ୟ କାର୍ଡଉପରେ ମହିଳାମାନଙ୍କୁ ୧୦ଲକ୍ଷ ଏବଂ ପୁରୁଷମାନଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ମିଳୁଥିବା ଡାକ୍ତରୀ ସୁବିଧା କିପରି ଉପଭୋଗ କରିପାରିବେ ସେଥିପ୍ରତି ଅଂଚଳର ଜନପ୍ରତିନିଧି ତଥା ଅଧିକାରୀଙ୍କ ପରାମର୍ଶ ନେବା ପାଇଁ କହିଥିଲେ। କୃଷକମାନଙ୍କ ପାଇଁ ମଧ୍ୟ ବିନା ସୁଧାରେ ଋଣ ଦିଆଯାଉଥିବା କହିଥିଲେ। ଚଳିତ ବର୍ଷ ଫସଲ ବୀମାରେ ଓଡିଶା ସରକାର ସମସ୍ତ ପ୍ରିମିୟମ ପଇସା ନିଜେ ପଇଠ କରିଥିବା କହିଥିଲେ। ଏହି ଯୋଜନାରେ ଲକ୍ଷାଧିକ ଚାଷୀଙ୍କୁ ସାମିଲ କରିଥିବା କହିଥିଲେ। ସଭାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ, ପୁଲିସ ଅଧିକ୍ଷକ,ସମସ୍ତ ତିନି ଗୋଟି ବ୍ଲକର ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚା ଉପସ୍ଥିତ ଥିଲେ।
Comments are closed.