www.samajalive.in
Monday, December 8, 2025
14.1 C
Bhubaneswar

ବ୍ରାହ୍ମଣୀରେ କୁମ୍ଭୀର ଆତଙ୍କ

ତାଳଚେର/ଗୋଡିବନ୍ଧ/ପରଜଙ୍ଗ : ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତର ସିରିଗିଡା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଏହି ଗ୍ରାମର ଦୁଇଜଣ ଯୁବକ ନଦୀରେ ମାଛ ମାରୁଥିବା ବେଳେ କୁମ୍ଭୀରଟି ନଦୀରେ ଭାସୁଥିବାର ଦେଖି ଭୟଭୀତ ହୋଇ ଲୋକଙ୍କୁ ଡାକ ପକାଇ ଥିଲେ। ଖବର ପାଇ ବନଖଣ୍ଡ ଅଧିକାରୀ ସୁକାନ୍ତି ଦେଈ ଏବଂ ଗୋଡିବନ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ଥିବା ଅଞ୍ଚଳରେ କଡ଼ା ନଜର ରଖିଥିଲେ। ଏହି ନଦୀ ଉପରେ ୫ରୁ ୧୦ଟି ଗ୍ରାମର ଲୋକ ନିର୍ଭର କରୁଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀକୁ ନଯିବାକୁ କୁହାଯାଇଛି। ଏଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ବନ ବିଭାଗ କହିଛି। କିନ୍ତୁ କୁମ୍ଭୀରକୁ ଦେଖି ନଥିବା ବନ ବିଭାଗ ସଫେଇ ଦେଇଛି। ସେହିପରି ପରଜଙ୍ଗ ବ୍ଲକ ମାଣକିମରା ଗ୍ରାମ ବ୍ରାହ୍ମଣୀ ନଦୀରେ ସ୍ଥାନୀୟ ଲୋକମାନେ କୁମ୍ଭୀର ଭାସମାନ ଥିବା ଦେଖି ମହାବିରୋଡ ରେଞ୍ଜରଙ୍କୁ ଅବଗତ କରାଇଥିଲେ। ଏଥିନେଇ ରେଞ୍ଜର ହରିଶ ଚନ୍ଦ୍ର କିଷାନ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ। ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶକ୍ରମେ ମହାବିରୋଡ ରେଞ୍ଜ ରଙ୍ଗଥଳୀ ସେକ୍ସନ ବନପାଳ ଓ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବ୍ରାହ୍ମଣୀ ନଦୀ କୂଳିଆ ଗ୍ରାମବାସୀ ନଦୀକୁ ଗାଧୋଇବା, ଶୈାଚ କରିବା ପାଇଁ ନଯିବାକୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦେଇଛନ୍ତି। ବ୍ରାହ୍ମଣୀ ନଦୀ କୂଳରେ କୁମ୍ଭୀର ଗତିପଥ ଉପରେ ତୀକ୍ଷ୍ମ ନଜର ରଖିବାକୁ ସମସ୍ତ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରେଞ୍ଜ ଶ୍ରୀ କିଷାନ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories