୮ ବର୍ଷ ପରେ ଧରାପଡ଼ିଲା ୬ କ୍ୱିଣ୍ଟାଲର ବିଶାଳ କୁମ୍ଭୀର

0

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ବନ୍ୟପ୍ରାଣୀ ରେଞ୍ଜର୍ସମାନେ ୪.୭୧ ମିଟର ଲମ୍ବ ଓ ୬୦୦ କିଲୋ ଓଜନର ଏକ କୁମ୍ଭୀରକୁ ଧରିବାରେ ସଫଳ ହୋଇଛନ୍ତି। ଲୁଣି ପାଣିରେ ରହୁଥିବା ଏହି କୁମ୍ଭୀରଟିକୁ ଧରିବା ପାଇଁ ୮ବର୍ଷ ହେଲା ଉଦ୍ୟମ ହେଉଥିଲା। କୁମ୍ଭୀରଟିର ବୟସ ୬୦ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି। ସାଧାରଣତଃ ଲୁଣି ପାଣିରେ ବାସ କରୁଥିବା କୁମ୍ଭୀରଙ୍କ ହାରହାରି ଆୟୂଷ ୭୦ବର୍ଷ ହୋଇଥିବାବେଳେ ଆଫ୍ରିକାର ନୀଳ ନଦୀରେ ବାସ କରୁଥିବା କୁମ୍ଭୀର ହାରହାରି ୭୦-୧୦୦ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ବିଶ୍ୱରେ ୧୪ ପ୍ରଜାତିର କୁମ୍ଭୀର ଥିବାବେଳେ ସେମାନଙ୍କର ହାରହାରି ଆୟୂଷ ୩୦ରୁ ୪୦ବର୍ଷ। ଲୁଣି ପାଣି କୁମ୍ଭୀର ସର୍ବାଧିକ ଲମ୍ବ ୫.୨ ମିଟର। ଅଷ୍ଟ୍ରେଲିଆର କ୍ୟାଥେରାଇନ ନଦୀରୁ ଏହି କୁମ୍ଭୀର ସହିତ ଆଉ ଦୁଇଟି ବଡ କୁମ୍ଭୀର ଧରାଯାଇଛି। ଅନ୍ୟ କୁମ୍ଭୀର ଦୁଇଟିର ଲମ୍ବ ୩.୯୨ ମିଟର ଓ ୩.୯୭ ମିଟର। ଗତବର୍ଷ ୧୮୮ଟି ସଲଟ୍‍ ୱାଟର (ଲୁଣିପାଣି) କୁମ୍ଭୀର ଧରା ହୋଇଥିଲା। ୨୦୧୧ରେ ଦ୍ୱିତୀୟ ବୃହତ ୪.୬ ମିଟରର କୁମ୍ଭୀର ଧରା ହୋଇଥିଲା। ନଦୀକୁ ବୋଟିଂ କରିବାକୁ ଯାଉଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି କୁମ୍ଭୀରଗୁଡିକ ବିପଦ ସାବ୍ୟସ୍ତ ହୋଇଥାନ୍ତି।

Leave A Reply