www.samajalive.in
Tuesday, December 9, 2025
16.1 C
Bhubaneswar

ପିଲା ଚୋର ସନ୍ଦେହରେ ଗୁଗୁଲ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା

ବେଙ୍ଗାଲୁରୁ: ସମ୍ପ୍ରତି ସୋସିଆଲ ମିଡିଆରେ ପ୍ରଚାରିତ ଗୁଜବ ପାଇଁ ଏକାଧିକ ନୀରିହ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଏହି ତାଲିକାରେ ଗୁଗୁଲ ପରି କମ୍ପାନୀ ମଧ୍ୟ ବାଦ ଯାଇ ନାହିଁ। ଗୁଗୁଲରେ କାର୍ଯ୍ୟରତ ଜନୈକ ଇଞ୍ଜିନିୟରଙ୍କୁ ପିଲା ଚୋର ସନ୍ଦେହରେ ଅଞ୍ଚଳବାସୀ ପିଟିପିଟି ହତ୍ୟା କରିଥିବାବେଳେ ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରିଛି।
ହାଇଦ୍ରାବାଦର ମନ୍ତକପେଟ ନିବାସୀ ମହମ୍ମଦ ଆଜମ ଅହମଦ(୩୨) ଗୁଗୁଲ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ଘଟଣା ଦିନ ନିଜ ବନ୍ଧୁଙ୍କୁ ଦେଖା କରିବାକୁ ଅହମଦ, ବସିର, ସଲମାନ ଓ ଆକ୍ରମ ଏକ ଗାଡ଼ିରେ କର୍ଣ୍ଣାଟକର ବିଦର ଅଞ୍ଚଳର ମୁରକୀ ଯାଇଥିଲେ। ଫେରିବା ବେଳେ ବାଟରେ ଏକ ସ୍ଥାନରେ ସେମାନେ ଗାଡ଼ିରୁ ଓହ୍ଲାଇ ଆଖପାଖରେ ଖେଳୁଥିବା ପିଲାଙ୍କୁ ଚକଲେଟ ବାଣ୍ଟିଥିଲେ। ପିଲାଙ୍କୁ ଚକଲେଟ ବାଣ୍ଟିବା ଘଟଣାକୁ ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ପିଲା ଚୋର ସନ୍ଦେହ କରିଥିଲେ। କିଛି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ହେବା ସହ ଚକଲେଟ ବାଣ୍ଟୁଥିବା ଅହମଦ ଓ ତାଙ୍କ ସାଙ୍ଗକୁ ନିସ୍ତୁକ ମାଡ଼ ମାରିଥିଲେ।
ଖବର ପାଇଁ ଘଟଣାସ୍ଥଳରେ ବିଦର ଏସପି ପହଞ୍ଚି ଉତ୍ୟକ୍ତ ଜନତାଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଇତିମଧ୍ୟରେ ଅହମଦଙ୍କ ମୃତ୍ୟୁ ହୋଇଯାଇ ଥିଲା। ଗୁରୁତର ଅବସ୍ଥାରେ ସଲମାନ, ସବିର ଓ ଆକ୍ରମଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories