www.samajalive.in
Monday, December 15, 2025
16.1 C
Bhubaneswar

ଟିଭି କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ପ୍ରତିକୂଳ ମନ୍ତବ୍ୟ ; ପାଣ୍ଡ୍ୟା ଓ ରାହୁଲଙ୍କୁ ବିସିସିଆଇ ନୋଟିସ

ମୁମ୍ବଇ : ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବାବେଳେ ମହିଳାଙ୍କ ସମ୍ମାନ ଓ ସ୍ବାଭିମାନ ପ୍ରତି ପ୍ରତିକୂଳ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବିସିସିଆଇ ପକ୍ଷରୁ ବୁଧବାର ଜାତୀୟ କ୍ରିକେଟ ଦଳର ଦୁଇ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୈଫିୟତ ଦାଖଲ କରିବାକୁ ଦୁଇ କ୍ରିକେଟରଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ବିସିସିଆଇ ପ୍ରଶାସକ କମିଟି ଅଧ୍ୟକ୍ଷ ବିନୋଦ ରାୟ ସୂଚନା ଦେଇଛନ୍ତି।
ଷ୍ଟାର ୱାର୍ଲ୍ଡ ଚ୍ୟାନେଲରେ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ’କଫି ୱିଥ୍‌ କରନ’ ପ୍ରସାରିତ ହେଉଛି। ଏହାକୁ ସଂଞ୍ଚାଳନ କରୁଛନ୍ତି ବଲିଉଡ୍‌ର ଖ୍ୟାତନାମା ନିର୍ଦେଶକ/ପ୍ରଯୋଜକ କରନ ଜୋହର। ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ନେଇ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଏକ ଅଧ୍ୟାୟ ଚଳିତମାସ ୬ରେ ପ୍ରସାରିତ ହୋଇଥିଲା। ତେବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସମୟରେ ପାଣ୍ଡ୍ୟା ମହିଳାଙ୍କ ସମ୍ମାନ ପ୍ରତି ଆଞ୍ଚ ଆଣୁଥିବା ମନ୍ତବ୍ୟ ଦେଇଥିଲେ। ନିଜର ପ୍ରେମ, ମହିଳାଙ୍କ ସହ ଶାରୀରିକ ସମ୍ପର୍କରେ ପାଣ୍ଡ୍ୟା ଦେଇଥିବା ମନ୍ତବ୍ୟକୁ ଉଭୟ ମହିଳା ଓ ପୁରୁଷ ଦର୍ଶକ ତୀବ୍ର ସମାଲୋଚନା କରିଛନ୍ତି। ବିଭିନ୍ନ ପାର୍ଟି କିମ୍ବା କ୍ଲବରେ ମହିଳା/ଯୁବତୀମାନେ କିପରି ଉପରେ ପଡି ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ତାହା ପାଣ୍ଡ୍ୟା ଉକ୍ତ କାର୍ଯ୍ୟକ୍ରମରେ ବଖାଣି ଥିଲେ। ଏପରିକି ନିଜର ଯୌନ ଜୀବନ ସମ୍ପର୍କରେ ନିଜ ପରିବାରବର୍ଗଙ୍କୁ ଖୋଲାଖୋଲି ଅବଗତ କରାଇଥାନ୍ତି ବୋଲି ପାଣ୍ଡ୍ୟା ସ୍ବୀକାର କରିଥିଲେ।
ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାପରେ ବିସିସିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଣ୍ଡ୍ୟା ଇତିମଧ୍ୟରେ ନିଜର ଆଚରଣ ଯୋଗୁଁ ଟ୍ବିଟରରେ କ୍ଷମାପ୍ରାର୍ଥନା କରିଥିଲେ ସୁଦ୍ଧା ଏହା ଗ୍ରହଣୀୟ ନୁହେଁ ବୋଲି ବିସିସିଆଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ମହିଳାଙ୍କୁ ପାଣ୍ଡ୍ୟା କେ​ବେବି ’ମ୍ୟାନ ଅଫ୍‌ ଦି ମ୍ୟାଚ’ ଟ୍ରଫିଭାବେ ବିବେଚନା କରିବା ଅନୁଚିତ ବୋଲି ଜଣେ ମହିଳା ମତବ୍ୟକ୍ତ କରିଛନ୍ତି। ମହିଳାଙ୍କୁ କିପରି ସମ୍ମାନ ଜଣାଯାଏ, ସେହି ଶିଷ୍ଟାଚାର ଶିଖିବାପରେ ପାଣ୍ଡ୍ୟାଙ୍କ ଭଳି କ୍ରିକେଟର ଟିଭି କାର୍ଯ୍ୟକ୍ରମରେ ଭାଗ ନେବା ଉଚିତ ବୋଲି ଅନ୍ୟ ଜଣେ ମହିଳା କହିଛନ୍ତି। କ୍ରିକେଟପ୍ରେମୀ ମହଲରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବାପରେ କେବଳ କ୍ରିକେଟ ସମ୍ପର୍କିତ ଟିଭି କାର୍ଯ୍ୟକ୍ରମ​‌େ​‌ର ଅଂଶଗ୍ରହଣ କରିବାକୁ ଖେଳାଳିଙ୍କୁ ଅନୁମତି ଦିଆଯାଇପାରେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories