ୱେଷ୍ଟଇଣ୍ଡିଜ ଦିନିକିଆଦଳକୁ ଫେରିଲେ ରସେଲ୍‍

0

ଗାଏନା : ୱେଷ୍ଟଇଣ୍ଡିଜ ଦିନିକିଆ ଦଳକୁ ଫେରିଛନ୍ତି ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍‍। ଦୁଇବର୍ଷ ପରେ ରସେଲ୍‍ ୱେଷ୍ଟଇଣ୍ଡିଜ ଦିନିକିଆ ଦଳକୁ ଫେରିଛନ୍ତି। ଆସନ୍ତା ୨୨ରୁ ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ନିମନ୍ତେ ଘୋଷିତ ୧୩ ଜଣିଆ ୱେଷ୍ଟଇଣ୍ଡିଜ ଦଳରେ ରସେଲ୍‍ଙ୍କୁ ସ୍ଥାନ ମିଳିଛି। ଅନ୍ୟପକ୍ଷରେ ମାର୍ଲନ୍‍ ସାମୁଏଲ୍‍ସ, କାର୍ଲୋସ୍‍ ବ୍ରାର୍ଥୱେଟ୍‍, ନିିକିତା ମିଲର, ସେଲଡନ୍‍ କୋଟ୍‍ରେଲ୍‍ ଓ କେସ୍‍ରିକ୍‍ ୱିଲିୟମ୍‍ସକୁ ଦିନିକିଆ ଦଳରୁ ବାଦ୍‍ ଦିଆଯାଇଛି। କେମାର ରୋଚ୍‍ଙ୍କୁ ବିଶ୍ରାମ ଦିଆଯାଇଛି।
ୱେଷ୍ଟଇଣ୍ଡିଜ ଦିନିକିଆ ଦଳ: ଜାସନ୍‍ ହୋଲଡର (ଅଧିନାୟକ), ଦେବେନ୍ଦ୍ର ବିଶୁ, କ୍ରିସ୍‍ ଗେଲ୍‍, ସିମରନ୍‍ ହେଟମେୟାର, ସାଇ ହୋପ୍‍, ଆଲ୍‍ଜାରି ଜୋସେଫ୍‍, ଏଭିନ୍‍ ଲୁଇସ୍‍, ଜାସନ୍‍ ମହମ୍ମଦ, ଆସଲେ ନର୍ସ, କେମୋ ପାଉଲ୍‍, ପୋଲାର୍ଡ, ରୋଭମ୍ୟାନ୍‍ ପାୱେଲ୍‍ ଓ ଆନ୍ଦ୍ରେ ରସେଲ୍‍।

Leave A Reply