BJD Bijuli 480×75 Mob

ଫିକ୍ସଡ ଡିପୋଜିଟରେ ମିଳେ କ୍ରେଡିଟ୍ କାର୍ଡ, ଜମା ରାଶିର ୯୦ ପ୍ରତିଶତ ପର୍ଯ୍ୟନ୍ତ ସୀମା

BJD Bijuli 480×75 Mob

ନୂଆଦିଲ୍ଲୀ : କ୍ରେଡିଟ୍ କାର୍ଡରୁ ପୈଠ କରିବା ଲୋକଙ୍କୁ ବହୁତ ସରଳ ଲାଗେ । କିନ୍ତୁ କ୍ରେଡିଟ୍ ସ୍କୋର ଉତ୍ତମ ନଥିଲେ ପ୍ରଥମ ଥର କ୍ରେଡିଟ୍ କାର୍ଡ ନେଉଥିବା ଲୋକଙ୍କୁ ବ୍ୟାଙ୍କ ସାଧାରଣ ବା ଅନସିକ୍ୟୋର୍ଡ କ୍ରେଡିଟ୍ କାର୍ଡ ପ୍ରଦାନ କରିନଥାଏ । ଏଭଳି କ୍ଷେତ୍ରରେ ଆପଣ ବ୍ୟାଙ୍କରେ ନିଜ ଫିକ୍ସଡ ଡିପୋଜିଟ୍ ବଦଳରେ ଏଫଡି-ବ୍ୟାକ୍ଡ କ୍ରେଡିଟ୍ କାର୍ଡ ଆଣିପାରିବେ । ଏଥିରେ ଆପଣଙ୍କୁ ସାଧାରଣ କ୍ରେଡିଟ୍ କାର୍ଡ ଭଳି ପୈଠ କଲେ ରିଓ୍ବାର୍ଡ ଏବଂ ଅନ୍ୟ ସୁବିଧା ମିଳିଥାଏ ।

କ’ଣ ଏହି ଏଫଡି-ବ୍ୟାକ୍ଡ କ୍ରେଡିଟ୍ କାର୍ଡ ? 

ଏହାକୁ ଜାରି କରିବା ପାଇଁ ବ୍ୟାଙ୍କ କୋଲେଟରଲ ରୂପେ ଆପଣଙ୍କୁ ଏଫଡି କରାଇବା ପାଇଁ କହିଥାଏ ବା ପୂର୍ବରୁ କୌଣସି ଏଫଡିରେ କାର୍ଡ ଜାରି କରିଥାଏ । ପେମେଣ୍ଟ ଡିଫଲ୍ଟ ହେଲେ ଆପଣଙ୍କ ଏଫଡିରୁ ଆପଣଙ୍କ ଖର୍ଚ୍ଚର ଭରଣା ହୋଇଥାଏ ।

ଏହି କାର୍ଡର କ୍ରେଡିଟ୍ ସୀମା ଆପଣଙ୍କ ଫିକ୍ସଡରେ ଜମା ରାଶିର ୮୦-୯୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । ସେହିଭଳି ଅନେକ ବ୍ୟାଙ୍କ ଏହି କ୍ରେଡିଟ୍ କାର୍ଡରେ ଅନସିକ୍ୟେର୍ଡ ବା ସାଧାରଣ କ୍ରେଡିଟ୍ କାର୍ଡ ତୁଳନାରେ ସୁଧ ମଧ୍ୟ କମ୍ ନେଇଥାଏ । ଏହା ବ୍ୟତୀତ ଏହି କାର୍ଡର ବାର୍ଷିକ ରକ୍ଷଣା ବେକ୍ଷଣା ଖର୍ଚ୍ଚ ମଧ୍ୟ କମ୍ ବା ଶୂନ୍ୟ ହୋଇଥାଏ ।

Comments are closed.