www.samajalive.in
Sunday, December 14, 2025
17.1 C
Bhubaneswar

୨୮ରେ କଂଗ୍ରେସରେ ଯୋଗଦେବେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ

ନୂଆଦିଲ୍ଳୀ : ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ୱାନୀ ସେପ୍ଟେମ୍ବର ୨୮ ରେ କଂଗ୍ରେସରେ ଯୋଗଦେବେ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି। ନିକଟରେ କହ୍ନେୟା କୁମାର ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଯାହାଦ୍ବାରା ରାଜନୈତିକ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ସୂଚନାନୁସାରେ, କହ୍ନେୟା କୁମାରଙ୍କ ପାଇଁ ଦଳର ଅନେକ ଯୋଜନା ରହିଛି, ଯାହା କାର୍ଯ୍ୟକାରୀ ହେବ। ଏଥି ସହିତ ଅନେକ ରାଜନୈତିକ ବିଶ୍ଳେଷକ କହିଛନ୍ତି ଯେ କହ୍ନେୟା କେବଳ ବିହାରରେ ସୀମିତ ରହିବେ ନାହିଁ, ଦଳ ତାଙ୍କୁ ଜାତୀୟ ସ୍ତରରେ ମଧ୍ୟ ବ୍ୟବହାର କରିପାରିବ। ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ କହ୍ନେୟା କୁମାର ଏବଂ ଜିଗ୍ନେଶ ମେଭାନୀ ମଧ୍ୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ।

ପରଦା ପଛରେ କାମ କରୁଥିବା ପ୍ରଶାନ୍ତ କିଶୋର

- Advertisement -

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ଯେ ପୁରୁଣା ନେତାଙ୍କ ପ୍ରଭାବ ବର୍ତ୍ତମାନ କଂଗ୍ରେସ ଦଳରେ ଶେଷ ହୋଇଛି, ତେଣୁ ବର୍ତ୍ତମାନ ଯୁବକମାନଙ୍କୁ ଏକ ସୁଯୋଗ ଦିଆଯାଉ । ସେ କହିଛନ୍ତି ଯେ କହ୍ନେୟା ଏବଂ ଜିଗ୍ନେଶଙ୍କ ପ୍ରବେଶ ଦ୍ୱାରା ଏହା କ୍ଷତିପୂରଣ ହୋଇପାରିବ। ଗତ ଦେଢ  ବର୍ଷ ଧରି କହ୍ନେୟା କୁମାର ରାଜନୀତିରେ କ୍ୱଚିତ୍ ସକ୍ରିୟ ଦେଖାଯାଉଥିଲେ। ପ୍ରଶାନ୍ତ କିଶୋର କହିଛନ୍ତି ଯେ କହ୍ନେୟାଙ୍କ ଭାଷଣ ଦେବାର ଶୈଳୀ ଭୋଟରଙ୍କୁ ଆକର୍ଷିତ କରିପାରିବ।

ବିହାର କଂଗ୍ରେସର ଅନେକ ନେତା ଚୁପ୍

ତେବେ ବିହାର କଂଗ୍ରେସର କୌଣସି ନେତା ଏହି କଳ୍ପନା ଜଳ୍ପନା ନେଇ ଖୋଲାଖୋଲି ଭାବେ କହିବାକୁ ମନା କରି ଦେଇଛନ୍ତି। କୁହାଯାଉଛି ଯେ କହ୍ନେୟାଙ୍କ ସମ୍ଭାବ୍ୟ ପ୍ରବେଶ ହେତୁ ବହୁ ବରିଷ୍ଠ ନେତା ନିଜର ଗୁରୁତ୍ବ ହରାଇବାକୁ ନେଇ ଭୟ କରୁଛନ୍ତି। ପୂର୍ବରୁ କହ୍ନେୟା କୁମାର ସହଯୁକ୍ତ ଜନତା ଦଳ (ଜେଡିୟୁ) ନେତା ଅଶୋକ ଚୌଧୁରୀଙ୍କୁ ମଧ୍ୟ ଭେଟିଥିଲେ। ଯାହାକୁ ନେଇ ରାଜନୈତିକ ମହଲରେ ବହୁ ଆଲୋଚନା କରାଯାଇଥିଲା।

ନିଜ ଦଳ ନେତାଙ୍କ ସହ କହ୍ନେୟା କୁମାରଙ୍କ ମତଭେଦ

ସୂଚନାଯୋଗ୍ୟ, ଫେବୃଆରୀ ମାସରେ ହାଇଦ୍ରାବାଦରେ ସିପିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଟନାରେ କହ୍ନେୟା କୁମାରଙ୍କୁ ଆକ୍ରମଣ ଘଟଣାରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଥିଲା । ଏହି ବୈଠକରେ ଦଳର ୧୦୦ ସଦସ୍ୟ ଉପସ୍ଥିତ ଥିଲେ ଯେଉଁଥିରେ ତିନିଜଣଙ୍କୁ ବାରଣ କରାଯାଇଥିଲା, ଅନ୍ୟ ସମସ୍ତେ କହ୍ନେୟା ବିରୋଧରେ କଟକଣା ପ୍ରସ୍ତାବକୁ ସମର୍ଥନ କରିଥିଲେ। ଫଳରେ ଦଳର ନେତାଙ୍କ ସହ ତାଙ୍କର ମତ ଭେଦ ଜାରି ରହିଛି। ଏହା ପରେ, ଜେଡିୟୁ ନେତାଙ୍କ ସହ କହ୍ନେୟାଙ୍କ ସାକ୍ଷାତକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା। କହ୍ନେୟା କୁମାର ବିହାର ବେଗୁସରାଇର ବାସିନ୍ଦା। ସେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ୨୦୧୯ରେ ବେଗୁସରାଇରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories