www.samajalive.in
Monday, December 15, 2025
17.1 C
Bhubaneswar

ବାଇକକୁ ଧକ୍କା ଦେଇଥିବା ଟ୍ରଲର କଣ୍ଟେନରରୁ ୩୪ ଗୋରୁ ଉଦ୍ଧାର, ୩ ଗିରଫ 

ପାଟଣା : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ନିକଟରେ ଗତକାଲି ଏକ ଟ୍ରଲର ଏକ ବାଇକକୁ ଧକ୍କା ଦେଇ ଡିଭାଇଡ଼ରକୁ ଚଢି ଯାଇଥିଲା। ଦୁର୍ଘଟଣାରେ ବାଇକ ଆରୋହୀ ପଶ୍ଚିମ ସିଂଘଭୂମ୍ ର ମନୋହର ମହାରଣା ଗୁରୁତର ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଟ୍ରଲରକୁ ଜବତ କରି ତୁରୁମୁଙ୍ଗା ପୁଲିସ ତଦନ୍ତ କରୁଥିବା ସମୟରେ ଟ୍ରଲର କଣ୍ଟେନର ସିଜି ୦୫ ଏପି ୯୭୯୦ ଭିତରୁ ୩୪ ଗୋରୁ ଙ୍କୁ ଉଦ୍ଧାର କରି ଡ୍ରାଇଭର ସମେତ ୩ ଜଣ ଗୋ ଚାଲାଣକାରୀଙ୍କୁ ତୁରୁମୁଙ୍ଗା ପୁଲିସ ଗିରଫ କରିଛି। ଗୋରୁ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ଗାଡିରେ ମାଫିଆମାନେ ଚାଲାଣ କରୁଥିଲେ। ଗାଡି ଭିତରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ ପଶୁ ଚିକିତ୍ସକଙ୍କ ଦ୍ୱାରା ଆହତ ଓ ଗୁରୁତର ଗୋରୁଙ୍କୁ ଚିକିତ୍ସା କରାଯିବା ପରେ ରାଇରଙ୍ଗପୁର ଗୋଶାଳାକୁ ଦିଆଯାଇଛି । ଗିରଫ ମାଫିଆମାନେ ଉତ୍ତର ପ୍ରଦେଶର ରାଜ୍ୟ ମୁଜାଫରନଗର ଜିଲ୍ଲା ଥାନା ଖଟୋଲି ଗ୍ରାମ କାଧାଲିର ମହମ୍ମଦ ମହଶୀନ ଏବଂ ପଞ୍ଜାବ ରାଜ୍ୟ ର ଜିଲ୍ଲା ତରତରନ ଗ୍ରାମ କଙ୍ଗ ର ରଣବୀର ସିଂ ଓ ଜସମେଲ ସିଂ ବୋଲି ଜଣାପଡ଼ିଛି। ଗୋ-ଚାଲାଣ କରୁଥିବା ଟ୍ରଲର ଗାଡିଟିକୁ ପୁଲିସ ଜବତ କରିଛି। ପୁଲିସ ଏଏସଆଇ ଦେବେନ୍ଦ୍ର ମୁର୍ମୁଙ୍କ ଏତଲା କ୍ରମେ ଥାନା କେଶ ନଂ ୨୮/୨୦୨୫ ମୂଳେ ଏସଆଇ ରସାନନ୍ଦ ନାଏକ ଘଟଣାର ତଦନ୍ତ କରିବା ସହ ଆଜି ସନ୍ଧ୍ୟାରେ ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories