www.samajalive.in
Sunday, December 14, 2025
19.1 C
Bhubaneswar

ଡ୍ରୋନ୍‍ ଜରିଆରେ କୋଭିଡ୍‍ ପ୍ରତିଷେଧକ ବିତରଣ

ଦକ୍ଷିଣ ଏସିଆରେ ପ୍ରଥମଥର ପାଇଁ ମେକ୍‍ ଇନ୍‍ ଇଣ୍ଡିଆ ଡ୍ରୋନ୍‍ ମାଧ୍ୟମରେ କୋଭିଡ୍‍ ପ୍ରତିଷେଧକ ବିତରଣ କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି। ନୂଆଦିଲ୍ଲୀର ନିର୍ମାଣ ଭବନରୁ ଭର୍ଚୁଆଲ୍‍ ମାଧ୍ୟମରେ ସେ ମଣିପୁରର ବିଶନ୍‍ପୁର ଜିଲ୍ଲାରେ ଡ୍ରୋନ୍‍ ମାଧ୍ୟମରେ କୋଭିଡ୍‍ ଟିକା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଣିପୁରର ଲୋକାଇପାଟ୍‍ରୁ କରଙ୍ଗଦୀପର ଦୂରତା ହେଉଛି ୨୫ କିଲୋମିଟର। ଏହି ସ୍ଥାନକୁ ଯିବା ପାଇଁ ସାଧାରଣତ ଏକ ଘଣ୍ଟା ସମୟ ଲାଗିଥାଏ। ତେବେ ଡ୍ରୋନ୍‍ ମାଧ୍ୟମରେ ଏଠାକୁ ଟିକା ପଠାଇବା ପାଇଁ ମାତ୍ର ୧୫ ମିନିଟ୍‍ ସମୟ ଲାଗିଥିଲା।

ଆଇ.ସି.ଏମ୍‍.ଆର୍‍. ଅଧିକାରୀ କହିଛନ୍ତି, ମଣିପୁରର ୪ଟି ଜିଲ୍ଲାର ଅପହଞ୍ଚ ସ୍ଥାନକୁ ଡ୍ରୋନ୍‍ ଯୋଗେ ଟିକା ପଠାଇବା ପାଇଁ ଉଦ୍ୟମ କରାଯାଉଛି ଏବଂ ଏହି ଆଇଡ୍ରୋନ୍‍ ପ୍ରକଳ୍ପ ସଫଳ ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories