www.samajalive.in
Saturday, December 13, 2025
15.1 C
Bhubaneswar

ଟି୨୦ ବିଶ୍ବକପ୍‌: ୭୦% ଦର୍ଶକଙ୍କୁ ଅନୁମତି

ଦୁବାଇ: ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଓମାନ୍ ଓ ୟୁଏଇରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବ। ୟୁଏଇର ୩ଟି ଷ୍ଟାଡିୟମ୍‌ରେ ଆସନ ସଂଖ୍ୟାର ୭୦ ପ୍ରତିଶତ ଦର୍ଶକଙ୍କୁ ବସିବାର ଅନୁମତି ମିଳିବ ବୋଲି ଆୟୋଜକ ଘୋଷଣା କରିଛନ୍ତି। ଗତ ରବିବାର ସାମୁଦ୍ରିକ ଝଡ଼ ‘ସାହିନ୍‌’ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଓମାନ୍ ଷ୍ଟାଡିୟମ୍‌ରେ କେତେ ପ୍ରତିଶତ ଦର୍ଶକ ରହିବେ; ତାହା ପରେ ଘୋଷଣା କରାଯିବ। ବର୍ତ୍ତମାନ ବାତ୍ୟା ଯୋଗୁଁ କ୍ଷତି ହୋଇଥିବା ଷ୍ଟାଡିୟମ୍‌କୁ ସଜାଡ଼ିବା ମୁଖ୍ୟ ଲକ୍ଷ୍ୟ ବୋଲି ଓମାନ୍ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୧୦ରୁ ଓମାନ ରାଜଧାନୀ ମସ୍କାଟ୍‌ରେ କିଛି ଅଭ୍ୟାସ ମ୍ୟାଚ୍‌ ଖେଳିବାର ଅଛି। ଏଥିପାଇଁ ଷ୍ଟାଡିୟମ୍‌କୁ ପ୍ରସ୍ତୁତ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଆଇସିସି ପକ୍ଷରୁ କୁହାଯାଇଛି ଯେ ମସ୍କାଟ୍‌ ଷ୍ଟାଡିୟମ୍‌​‌େ​‌ର ସର୍ବାଧିକ ୩୦ ପ୍ରତିଶତ ଦର୍ଶକ ବସିବାକୁ ଅନୁମତି ଦିଆଯିବ।

ଭାରତରେ କରୋନା ସଂକ୍ରମଣ ଯୋଗୁଁ ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ଏବେ ୟୁଏଇରେ ଆଇପିଏଲ୍‌ ଚାଲିଥିବା ବେଳେ ୟୁଏଇର ୩ଟିଯାକ ଷ୍ଟାଡିୟମ୍‌ରେ ଦର୍ଶକ ବସିବାର ଅନୁମତି ରହିଛି। ଏହାକୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଛି ଯେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ବେଳେ ୭୦ ପ୍ରତିଶତ ଦର୍ଶକ ଷ୍ଟାଡିୟମ୍‌କୁ ଆସିପାରିବେ। ଏଣେ ବିଶ୍ବର ପ୍ରଥମ ଦଳ ଭାବେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବା ଲାଗି ବାଂଲାଦେଶ ଦଳ ସୋମବାର ଓମାନ୍‌ର ମସ୍କ୍‌ାଟରେ ପହଞ୍ଚିଛି। ବାଂଲାଦେଶ ଏଥର ବିଶ୍ବକପ୍‌ ଲାଗି ସିଧାସଳଖ ଯୋଗ୍ୟତା ହାସଲ କରି ପାରିନାହିଁ। ତେଣୁ ଏହାକୁ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ପଡ଼ିବ। ଅକ୍ଟୋବର ୧୭ରେ ସ୍କଟ୍‌ଲାଣ୍ଡ ବିପକ୍ଷରେ ବାଂଲାଦେଶ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ ଖେଳିବ। ପରେ ପାପୁଆ ନ୍ୟୁ ଗିନି ବିପକ୍ଷରେ ଏହା ମ୍ୟାଚ୍‌ ଖେଳିବ। ଯୋଗ୍ୟତା ଅର୍ଜନ କଲେ ବାଂଲାଦେଶ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ​‌ଖେଳିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories