ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଆଜିଠୁ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ ଟିକା ପ୍ରଦାନ ଆରମ୍ଭ ହୋଇଛି। ଆଜି ପ୍ରଥମ ଟିକା ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ବ୍ଲକରେ ଟିକା ନେଇଛନ୍ତି। ସେହିପରି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ମଧ୍ୟ ଟିକା ନେଇଛନ୍ତି। ଜିଲ୍ଲାରେ ୧୩ ହଜାର ୪୩ଜଣ ଟିକା ନେବା ପାଇଁ ପଞ୍ଜିକରଣ କରିଥିବା ବେଳେ ପ୍ରଥମ ଦିନରେ ଆଜି ୩୦ଟି ସ୍ଥାନ ରେ ପ୍ରାୟ ୩୦୩୯ ଜଣ କୋଭିଡ ଯୋଦ୍ଧା ଟିକା ନେବେ।




