www.samajalive.in
Wednesday, December 10, 2025
16.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୭୭.୩୧% : ସଂକ୍ରମିତ ହାର ୮.୫ ପ୍ରତିଶତରୁ କମ୍

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୭୭.୩୧ ପ୍ରତିଶତରେ ପହଞ୍ଚିଛି। ଦେଶରେ ଏପର୍ଯ୍ୟନ୍ତ ୩୨ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ୭୦ ହଜାର ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ଶତକଡ଼ା ୨୦.୯୯ ପ୍ରତିଶତ ରହିଛି।
ମନ୍ତ୍ରଣାଳୟ କହିଛି, ଏକ ମାସ ଭିତରେ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ତିନିଗୁଣା ବୃଦ୍ଧି ପାଇଛି। ବର୍ତ୍ତମାନ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା, ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟାର ପ୍ରାୟ ୩ ଦଶମିକ ୭ ଗୁଣ ଅଧିକ ରହିଛି। ନମୁନା ପରୀକ୍ଷା, ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯିବାରୁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୦ ହଜାର ୮୦୨ ଜଣ ନୂଆ ଭୂତାଣୁ ସଂକ୍ରମିତ ହେବାରୁ ମୋଟ୍‍ ସଂକ୍ରମଣ ୪୨ ଲକ୍ଷ ୪ ହଜାର ୬୧୪ ରହିଛି। ଅନ୍ୟପକ୍ଷରେ ଦେଶରେ ଚିକିତ୍ସିତ ହେଉଥିବା  ସଂକ୍ରମିତମାନଙ୍କ ସଂଖ୍ୟା ୮ଲକ୍ଷ ୮୨ ହଜାର ୫୪୨ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୧୬ ଜଣ ମୃତ୍ୟୁ ଘଟିବା ପରେ କରିବାରୁ କୋବିଡ୍‍ ମୃତ୍ୟୁସଂଖ୍ୟା ୭୧ ହଜାର ୬୪୨ରେ ପହଞ୍ଚିଛି। ଦେଶରେ କରୋନା ମୃତ୍ୟୁହାର ୧.୭% ରହିଛି।
ଗତ ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଶତକଡ଼ା ୫୦ଭାଗ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ,
ତାମିଲନାଡୁ ଓ ଉତ୍ତରପ୍ରଦେଶରୁ ରହିଛନ୍ତି।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା
କରାଯାଇଛି। ପର୍ଯ୍ୟନ୍ତ ମୋଟ୍‍ ୪ କୋଟି ୯୫ ଲକ୍ଷ ୫୧ ହଜାର ୫୦୭ଟି ନମୁନା ପରୀକ୍ଷା କରାଯାଇଛି।
ଦେଶରେ ସଂକ୍ରମିତ ହାର ୮.୫ ପ୍ରତିଶତରୁ ନିମ୍ନରେ ରହିଛି। ମନ୍ତ୍ରଣାଳୟ କହିଛି ବହୁଦିନ ଧରି ନମୁନା ପରୀକ୍ଷାରେ ବୃଦ୍ଧି ଘଟୁଥିବାରୁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ପାରୁଛି ଓ ମୃତ୍ୟୁହାର କମ୍‍ କରାଯାଇ ପାରିଛି।

- Advertisement -

ଦେଶରେ ୧୬୫୫ଟି ପରୀକ୍ଷାଗାରରେ କୋବିଡ୍‍ ନମୁନା ପରୀକ୍ଷା କରାଯାଉଛି। ମାର୍ଚ୍ଚ ୨୩ ତାରିଖର ୧୬୦ଟି ପରୀକ୍ଷାଗାରରୁ ଦେଶରେ ବର୍ତ୍ତମାନ ଏଗୁଡ଼ିକର ସଂଖ୍ୟା ୧୬୫୫ରେ ପହଞ୍ଚିଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୨୮ଟି ସରକାରୀ ପରୀକ୍ଷାଗାର ଓ ୬୨୭ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories