www.samajalive.in
Sunday, December 14, 2025
17.1 C
Bhubaneswar

ବୁର୍ଲା ଭିମସାର କୋଭିଡ଼ ହସପିଟାଲ ସ୍ତିତି ଉଦବେଗଜନକ ଥମୁନାହିଁ କୋଭିଡ଼ ମୃତ୍ୟୁ ସଂଖ୍ୟା

ବର୍ଷାରମ୍ଭରୁ ଚାରିଦିନ ମଧ୍ୟରେ ୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ 

ବୁର୍ଲା : ସମ୍ବଲପୁର ଜିଲ୍ଲା କୋଭିଡ଼ ହସପିଟାଲ ବୁର୍ଲା ଭିମସାରର ନଅତାଲା ବିଶିଷ୍ଟ ତ୍ରୁଟିପୁର୍ଣ୍ଣ କୋଠା ପାଲଟିଥିବା ବେଳେ ବର୍ତ୍ତମାନ କୋଭିଡ଼ ରୋଗୀଙ୍କ ମୃତ୍ୟୁରେ ବିରାମ ଲାଗି ପାରୁ ନାହିଁ। କୋଭିଡ଼ ମୃତ୍ୟୁସଂଖ୍ୟା ଉଦବେଗଜନକ ରହିଛି। ପୁଣି ଆଜି ସମୁଦାୟ ୪ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେପଟେ ଗତକାଲି ରବିବାର କୋଭିଡ଼ ମୃତ୍ୟୁସଂଖ୍ୟା ୭ରେ ରହିଥିଲା ଯାହାକି ଚିନ୍ତାଜନକ ବିଷୟ।
ଭିମସାର କୋଭିଡ଼ ହସପିଟାଲର ମୃତକଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାର ଦୁଇଜଣ ପୁରୁଷ ରୋଗୀ ୬୪ ବର୍ଷିୟ ବୃଦ୍ଧ ଏବଂ ୫୧ ବର୍ଷିୟ ପୁରୁଷ ରୋଗୀ ରହିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ୬୩ ବର୍ଷିୟ ବୃଦ୍ଧ ଏବଂ ସମ୍ବଲପୁର ଜିଲ୍ଲାର ୮୨ ବୃଦ୍ଧା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।  ଶନିବାର ଦିନ ୭ ଜଣ ମୃତକଙ୍କ ମଧ୍ୟରେ ଝାରସୁଗୁଡ଼ାର ୩୫ ବର୍ଷିୟ ପୁରୁଷ, ସୋନପୁର ୪୨ ପୁରୁଷ, ବରଗଡ଼ ଜିଲ୍ଲାର ଦୁଇଜଣ ପୁରୁଷ ରୋଗୀ ୫୧ ଏବଂ ୩୦ ବର୍ଷିୟ, ବଲାଙ୍ଗିରର ୬୮ ବର୍ଷିୟ ମହିଳା, ୫୦ ପୁରୁଷ ରୋଗୀ ଝାରସୁଗୁଡ଼ା ଏବଂ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୁଚନା ହସ୍ତଗତ ହୋଇଛି। ଶନିବାର ଦିନ ବୁର୍ଲା ଭିମସାରରେ ସମୁଦାୟ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା ମୃତକଙ୍କ ମଧ୍ୟରେ ସମ୍ବଲପୁରର ୩ ଜଣ କରୋନା ସଂକ୍ରମିତ ରହିଥିବା ବେଳେ ୩ ଜଣଙ୍କ ମଧ୍ୟରୁ ୪୮ ବର୍ଷିୟ ବ୍ୟକ୍ତି, ଜଣେ ୫୫ ବର୍ଷିୟ ବ୍ୟକ୍ତି ଏବଂ ଜଣେ ୫୬ ବର୍ଷିୟ ମହିଳା ରହିଛନ୍ତି ସେପଟେ ବୌଦ୍ଧର ୫୮ ବର୍ଷିୟ ବୃଦ୍ଧ, ସୋନପୁରର ଜଣେ ୫୨ ବର୍ଷିୟ ମହିଳା ଏବଂ ବରଗଡ଼ ଜିଲ୍ଲାର ୫୫ ବର୍ଷିୟ ପୁରୁଷ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ବୁଧବାର ଦିନ ସର୍ବାଧିକ ୧୦ ଜଣ କରୋନା ସଂକ୍ରମିତଙ୍କ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତ୍ୟୁ ହୋଇ ସାରିଥିଲା। ସେପଟେ ପୁଣି ଗତ ଗୁରୁବାର ପୁଣି ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ତେବେ ବୁର୍ଲା ଭିମସାରର ଗତବର୍ଷ ଶେଷ ଡ଼ିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଶେଷ ସାତଦିନ ମଧ୍ୟରେ ସମୁଦାୟ ୪୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ପୁଣି ଚଳିତ ୨୦୨୧ ମସିହା ବର୍ଷାରମ୍ଭରୁ ୪ ଦିନ ମଧ୍ୟରେ ୧୭ ଜଣ କୋଭିଡ଼ ରୋଗୀଙ୍କ ମୃତ୍ୟୁ ଘଟିସାରିଲାଣି। ତେବେ ଗତ ମାର୍ଚ୍ଚ ମାସରୁ କରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା ତାର ଆତଙ୍କ ଖେଳାଇ ଚାଲିଛି ରୋଗୀଙ୍କ ମୃତ୍ୟୁସଂଖ୍ୟାରେ କୌଣସି ବିରାମ ଲାଗି ପାରୁ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories