www.samajalive.in
Friday, December 5, 2025
17.1 C
Bhubaneswar

ରେଟିନା ଏବଂ ଏହାର ସ୍ନାୟୁକୁ କ୍ଷତି ପହଞ୍ଚାଉଛି କୋଭିଡ

ଭୁବନେଶ୍ୱର: କୋଭିଡ ମହାମାରୀ ଭଳି ସର୍ବବୃହତ ସ୍ୱାସ୍ଥ୍ୟସେବା ଭିତ୍ତିକ ଜରୁରୀ ପରିସ୍ଥିତିକୁ ବିଶ୍ୱ ସଂପ୍ରତି ସମ୍ମୁଖୀନ ହେଉଛି। ଏହି ଭୂତାଣୁ ମଣିଷ ଶରୀର ଉପରେ ଘାତକ ପ୍ରଭାବ ପକାଇ ପାରିବା ସହିତ ବହୁ ଅଙ୍ଗ ପ୍ରତ୍ୟଙ୍ଗକୁ ପ୍ରଭାବିତ କରିବା କ୍ଷମତା ରଖୁଛି। ତେବେ ଅନେକ ଲୋକ ଏକଥା ଜାଣନ୍ତି ନାହିଁ ଯେ ଏହା ଚକ୍ଷୁକୁ ମଧ୍ୟ ପ୍ରଭାବିତ କରିପାରେ। ଏ ସମ୍ପର୍କରେ ପ୍ରକାଶକରି ଡ. ଅଗରୱାଲ୍ସ ଆଇ ହସପିଟାଲ, କଟକର କ୍ଲିନିକାଲ ସର୍ଭିସେସ ଆଞ୍ଚଳିକ ମୁଖ୍ୟ ଡା. ନବରତନ ଧାନୁକା କହିଛନ୍ତି, ଚୀନରେ ପ୍ରଥମେ ଜଣେ ଚକ୍ଷୁ ବିଶେଷଜ୍ଞ କୋଭିଡକୁ ଏକ ନେତ୍ର ଶୋଥ ଭାବରେ ଚିହ୍ନଟ କରିଥିଲେ। ଏଥିରେ ରୋଗୀଙ୍କ ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ହେବା ସହିତ ତାହା ଲାଲ ଦେଖାଯାଏ ଏବଂ ଚକ୍ଷୁରେ ଛୁଞ୍ଚି ଫୋଡିବା ଭଳି ଅନୁଭବ ହୁଏ ତଥା ପାଣି ବହିଥାଏ। ଏହା ଚକ୍ଷୁର ଅନ୍ୟ ପ୍ରକାର ଶୋଥ ଭଳି ଦେଖାଯାଇଥାଏ। ତେବେ ଏହା କୋଭିଡ ଲକ୍ଷଣ କି ନୁହେଁ, ତାହା ପରୀକ୍ଷା କରିବାକୁ ଡାକ୍ତରମାନେ ପ୍ରଥମେ ଦେଖନ୍ତି ଉକ୍ତ ରୋଗୀଙ୍କ ପରିବାରରେ କେହି କୋଭିଡ ରୋଗୀ ଅଛନ୍ତି କି ନାହିଁ ଅଥବା ଉକ୍ତ ବ୍ୟକ୍ତି ଅନ୍ୟ କୋଭିଡ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ।
କୋଭିଡ ମହାମାରୀ ପ୍ରଥମେ ବ୍ୟାପିବାର ଇତିମଧ୍ୟରେ ଏକବର୍ଷରୁ ଅଧିକ ସମୟ ବିତିଯାଇଥିବାବେଳେ ଚକ୍ଷୁ ବିଶେଷଜ୍ଞମାନେ ଦିନ ପରେ ଦିନ ଏହି ରୋଗ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବାରେ ଲାଗିଛନ୍ତି। ଏବେ ବୁଝାପଡୁଛି ଯେ କୋଭିଡ ରେଟିନାକୁ ପ୍ରଭାବିତ କରିଥାଏ। ଏହି ରୋଗ ରୋଗୀ ଶରୀରରେ ରକ୍ତ ଜମାଟ ବାନ୍ଧିବା ଭଳି ପରିସ୍ଥିତି ସୃଷ୍ଟି କରିପାରେ, ଯାହା ଚକ୍ଷୁର ରେଟିନାରେ ରକ୍ତବାହୀ ନଳୀଗୁଡିକୁ ଅବରୋଧ କରିପାରିବ। ଯଦି ଅବରୋଧ ହୋଇଥିବା ରକ୍ତବାହୀ ନଳୀ ସାମାନ୍ୟ ଅବରୋଧ ହୋଇଥାଏ ଅଥବା ସେଥିରେ ଡିଅକ୍ସିଜେନେଟେଡ ରକ୍ତ ପ୍ରବାହ ହେଉଥାଏ ତେବେ ରୋଗୀ ହୁଏତ କିଛି ସମସ୍ୟା ଅନୁଭବ କରୁନଥାଇପାରନ୍ତି। ତେବେ କେତେକ କ୍ଷେତ୍ରରେ ଚକ୍ଷୁକୁ ଅକ୍ସିଜେନେଟେଡ ରକ୍ତ ପ୍ରବାହିତ ହେଉଥିବା ମୁଖ୍ୟ ନଳୀ ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଥାଏ, ଏବଂ ତଦ୍ଦ୍ୱାରା ରୋଗୀଙ୍କ ଦୃଷ୍ଟିଶକ୍ତି ହ୍ରାସ ଅଥବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇପାରେ। ସଠିକ ସମୟରେ ଚିହ୍ନଟ ଏବଂ ପରିସ୍ଥିତିର ଉପଯୁକ୍ତ ପରିଚାଳନା ଦ୍ୱାରା ଏହାକୁ ସୁଧାରି ହୋଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ରୋଗୀ ଦୃଷ୍ଟି ଶକ୍ତି କ୍ଷତି ହେବାର ୬ ଘଣ୍ଟା ମଧ୍ୟରେ ଯଦି ଜଣେ ଚକ୍ଷୁ ବିଶେଷଜ୍ଞଙ୍କ ନିକଟରେ ପହଞ୍ଚିବେ ତେବେ ଚକ୍ଷୁରେ ରକ୍ତ ପ୍ରବାହ ପୁନଃ ଫେରାଇ ଆଣିବା ସକାଶେ ତୁରନ୍ତ ଚିକିତ୍ସା କରାଯାଇ ତାଙ୍କର ଦୃଷ୍ଟିଶକ୍ତିକୁ ରକ୍ଷା କରାଯାଇପାରିବ। ଏହିଭଳି କ୍ଷେତ୍ରରେ ରୋଗୀଙ୍କର ୧୦୦% ଅଥବା ୯୫% ଦୃଷ୍ଟିଶକ୍ତି ଫେରାଇ ଅଣାଯାଇପାରିବ। ଶୀଘ୍ର ଜଣେ ଚକ୍ଷୁ ବିଶେଷଜ୍ଞଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ଅଥବା ଅବହେଳା କଲେ ତାହା ଚକ୍ଷୁ ପ୍ରତି ସ୍ଥାୟୀ ଏବଂ ଅପୂରଣୀୟ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories