www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଦୂଷଣ ଓ ପରିବେଶ ଉପରେ ପର୍ଯ୍ୟବସିତ ପ୍ରଥମ ମ୍ୟୁଜିକ ଭିଡିଓ ‘ପୃଥିବୀ ମନ୍ଥନ’

ଭୁବନେଶ୍ୱର: ଲୋକପ୍ରିୟ ପ୍ରଡକ୍ସନ ହାଉସ୍ ଅରୋମିରା ଏଣ୍ଟରଟେନମେଣ୍ଟ ପକ୍ଷରୁ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସହଯୋଗିତା ସ୍ଥାପନ କରି ରୋମାଂଚଳ ମ୍ୟୁଜିକ୍ ଭିଡିଓ “ପୃଥିବୀ ମନ୍ଥନ’ ପ୍ରସ୍ତୁତ କରାଯାଇଛି। ଶିବ ତାଣ୍ଡବ ସ୍ତୋତ୍ରମ ଓ ସାଗର ମନ୍ଥନ ଉପରେ ଏହା ଆଧାରିତ। ଭାରତ ସରକାରଙ୍କ ଜଙ୍ଗଲ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସୁସ୍ମିତାଙ୍କ ସ୍ୱାମୀ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍ ଭିିଡିଓର ପରିକଳ୍ପନା ଓ ପ୍ରସ୍ତୁତ କରିଥିବା ବେଳେ ଶିବ କୁମାର ବିଲଗ୍ରାମୀ ଗୀତ ରଚନା କରିଛନ୍ତି। ଓମ୍ ପ୍ରକାଶ ମହାନ୍ତି ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି। ମ୍ୟୁଜିକ୍ ଭିଡିଓଟି ଦେବ ମେହେରଙ୍କ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ବେଳେ ସେଥିରେ ସୂର୍ଯ୍ୟମୟୀ ଅଭିନୟ କରିଛନ୍ତି।
ମ୍ୟୁଜିକ୍ ଭିଡିଓର ନିର୍ଦେଶକ ଦେବ ମେହେର କହିଛନ୍ତି ଯେ, ୨୦୨୧ ବର୍ଷ ଲାଗି ଜାତିସଂଘର ସମର୍ଥନ ଥିବା ଏହା ଭାରତର ଏକମାତ୍ର ମ୍ୟୁଜିକ୍ ଭିଡିଓ ଯାହାକୁ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହା ଅନେକ ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଛି। ଭାରତରେ ପ୍ରଥମ ଥର ଲାଗି କୌଣସି ମ୍ୟୁଜିକ୍ ଭିଡିଓକୁ ସିଜିଆଇ କୋରିଓଗ୍ରାଫି, ପ୍ରଦର୍ଶନ ଏବଂ କଳାକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ହଲିଉଡ ସିନେମା ସଦୃଶ ସେଟ୍ ତିଆରି କରାଯାଇଥିଲା। ସେହିପରି, ପ୍ରଥମ ଥର ଲାଗି ଶିବ ତାଣ୍ଡବ ସ୍ତୋତ୍ରମରେ ପରିବେଶ ବିଷୟକୁ ଯୋଡ଼ି ଏକ ମ୍ୟୁଜିକ୍ ଭିଡିଓର ପରିକଳ୍ପନା ପ୍ରସ୍ତୁତ କରାଯାଇଛି।
କଣ୍ଠଶିଳ୍ପୀର ସୁସ୍ମିତା ଦାସ କହିଛନ୍ତି ଯେ, ସମସାମୟିକ ସମାଜିକ ସମସ୍ୟାକୁ ନେଇ ଜନସଚେନତା ସୃଷ୍ଟି କରିବା ପାଇଁ ଗୀତ ତିଆରି କରିବାକୁ ମୁଁ ଚାହେଁ। କାରଣ ଲୋକମାନଙ୍କ ପାଖରେ ପହଂଚିବା ଲାଗି ସଙ୍ଗୀତ ଏକ ବଳିଷ୍ଠ ମାଧ୍ୟମ ବୋଲି ମୋର ବିଶ୍ୱାସ ରହିଛି। ମୋର ପୂର୍ବ ଗୀତ ଐଗିରି ନନ୍ଦିନୀ ଦୁର୍ଗ ସ୍ତ୍ରୋତମ୍ ଉପରେ ପର୍ଯ୍ୟବେସିତ ଥିଲା ଯାହାକୁ ମହିଳା ସଶକ୍ତୀକରଣ ବିଷୟବସ୍ତୁ ଆଧାରରେ ତିଆରି କରାଯାଇଥିଲା ଓ ଲୋକମାନେ ସେହି ଗୀତକୁ ବହୁତ ପସନ୍ଦ କରିଥିଲେ। ମୁଁ ଭାବୁଛି ଶିବ ତାଣ୍ଡବ ସ୍ତୋତ୍ରମ୍‍ ହେଉଛି ଅତ୍ୟନ୍ତ ଗମ୍ଭୀର ଓ ବଳିଷ୍ଠ ଯାହା ପରିବେଶକୁ ନେଇ ସଚେତନତା ସୃ୍ଷ୍ଟି କରିପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories