www.samajalive.in
Saturday, December 6, 2025
26.1 C
Bhubaneswar

କରୋନାରେ ମାବାପାଙ୍କୁ ହରାଇଛନ୍ତି ୯୩୦୦ ଶିଶୁ; ସୁପ୍ରିମକୋର୍ଟରେ ଏନସିପିସିଆର ଦାଖଲ କଲା ସତ୍ୟପାଠ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦେଶରେ ୯୩୦୦ ଶିଶୁ ସେମାନଙ୍କ ମା’ବାପାଙ୍କୁ ହରାଇଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ ଏ ନେଇ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଏହି ଅନାଥ ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ୬-ସୂତ୍ରୀ ଯୋଜନା କରାଯାଇଛି ବୋଲି ଆୟୋଗଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି।

ସତ୍ୟପାଠ ଅନୁସାରେ, ନୂତନ ଭାବେ ପ୍ରସ୍ତୁତ ହୋଇଥିବା ବାଲ୍‌ ସ୍ବରାଜ ପୋର୍ଟାଲରେ ୯୩୪୬ କ୍ଷତିଗ୍ରସ୍ତ ଶିଶୁଙ୍କ ତଥ୍ୟ ଅପଲୋଡ୍‌ କରାଯାଇଛି। ଏହି ଶିଶୁମାନଙ୍କ ମଧ୍ୟରୁ ୧୭୪୨ ଶିଶୁ ସେମାନଙ୍କ ମା’ବାପାଙ୍କୁ ହରାଇଥିବାବେଳେ ୭୪୬୪ ଜଣ କେବଳ ମା’ କିମ୍ବା କେବଳ ବାପାଙ୍କୁ ହରାଇଛନ୍ତି। ୧୪୦ ଶିଶୁ ମହାମାରୀ ସମୟରେ ନିଖୋଜ ହୋଇଯାଇଛନ୍ତି। ୨୦୨୦ ମାର୍ଚ୍ଚରୁ ୨୦୨୧ ମେ ୨୯ ସୁଦ୍ଧା ଏହି ତଥ୍ୟ ସଂଗ୍ରହ କରାଯାଇଛି।

- Advertisement -

୯୩୪୬ ଶିଶୁଙ୍କ ମଧ୍ୟରୁ ୧୨୨୪ ଜଣ ନିଜର ଅନ୍ୟ ଅଭିଭାବକଙ୍କ ପାଖରେ ରହୁଛନ୍ତି। ୯୮୫ ଜଣ ଅନ୍ୟ କିଛି ଅଭିଭାବକଙ୍କ ଅଧୀନରେ ରହିଛନ୍ତି। ୩୧ ପିଲାଙ୍କୁ ସ୍ବତନ୍ତ୍ର ପୋଶ୍ୟ ସଂସ୍ଥାକୁ ପଠାଯାଇଛି। ସତ୍ୟପାଠ ଅନୁସାରେ, ଉଭୟ ଅଭିଭାବକଙ୍କୁ ହରାଇଥିବା କିମ୍ବା ନିଖୋଜ ହୋଇଯାଇଥିବା ସର୍ବାଧିକ ଶିଶୁ ମଧ୍ୟପ୍ରଦେଶର। ଏହି ରାଜ୍ୟରେ ୩୧୮ ଶିଶୁ ଅନାଥ ହୋଇଯାଇଥିବାବେଳେ ୧୦୮ ଜଣ ନିଖୋଜ ହୋଇଯାଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୧୮୩୦ ଶିଶୁ ରହିଛନ୍ତି ଯେଉଁମାନେ ସେମାନଙ୍କର ମା’ କିମ୍ବା ବାପାଙ୍କୁ ହରାଇଛନ୍ତି। ଶିଶୁମାନଙ୍କ ମଧ୍ୟରେ ୪ରୁ ୭ ବର୍ଷ ବୟସ ମଧ୍ୟରେ ୧୫୧୫ ଜଣ ରହିଛନ୍ତି। ସେହିପରି ୮ରୁ ୧୩ ବର୍ଷ ମଧ୍ୟରେ ୩୭୧୧ ଜଣ, ୧୪ରୁ ୧୫ ବର୍ଷ ମଧ୍ୟରେ ୧୬୨୦ ଏବଂ ୧୭ରୁ ୧୭ ବର୍ଷ ମଧ୍ୟରେ ୧୭୧୨ ଜଣ ରହିଛନ୍ତି।

 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories