www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ ସମୟରେ ସହାୟତା ଯୋଗାଉଛି ମାଇକ୍ରୋଫାଇନାନ୍ସ ଶିଳ୍ପ

ଭୁବନେଶ୍ୱର: କୋଭିଡ-୧୯ ସାରା ବିଶ୍ୱରେ ଜୀବନଯାତ୍ରା ଓ ଅର୍ଥନୀତିରେ ବ୍ୟାଘାତ ପହଞ୍ଚାଇଛି। ଭାରତରେ କୋଭିଡକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଭାରତରେ ଗଣ ସଚେତନତା ସୃଷ୍ଟି ସହିତ ସମୁଦାୟ ଜନସଂଖ୍ୟାରେ ମୁଖ୍ୟସ୍ଥାନ ନେଉଥିବା ନିମ୍ନ ଆୟକାରୀ ଗ୍ରାମାଞ୍ଚଳ ପରିବାର ସମେତ ସମସ୍ତଙ୍କୁ ରିଲିଫ ଯୋଗାଇଦେବା ଅନିବାର୍ଯ୍ୟ ହୋଇପଡିଛି। ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରିତା ରହିଥିବା ଏବଂ ୬ କୋଟିରୁ ଅଧିକ ମହିଳାଙ୍କର ସହିତ ମଜଭୁତ ସଂଯୋଗ ରହିଥିବା ଦୃଷ୍ଟିରୁ ଏନବିଏଫସି- ଏମଏଫଆଇ, ଏନବିଏଫସି, ବ୍ୟାଙ୍କ, କ୍ଷୁଦ୍ର ଅର୍ଥଲଗାଣକାରୀ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ ଆଦିକୁ ନେଇ ଗଠିତ ମାଇକ୍ରୋଫାଇନାନ୍ସ ଶିଳ୍ପ ନିଜର ବିବିଧ ଗୋଷ୍ଠୀଭିତ୍ତିକ ପ୍ରୟାସ ଜରିଆରେ ସରକାରଙ୍କ ଉଦ୍ୟମକୁ ପରିବର୍ଦ୍ଧିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୫୪,୦୩୪ରୁ ଅଧିକ କର୍ମଚାରୀଙ୍କ ମିଳିତ ପ୍ରୟାସ ଦ୍ୱାରା ଏହି ସଂଗଠନ ପିଏମ୍‍ କେୟାର୍ସ ପାଣ୍ଠିକୁ ୩.୩୯ କୋଟି ଟଙ୍କା ପ୍ରଦାନ କରିଛି। ସାଟିନ କ୍ରେଡିଟକେୟାର ଆସାମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ୫ ଲକ୍ଷ ଟଙ୍କା ଦାନ କରିଥିବାବେଳେ କ୍ରେଡିଟଆକ୍‍ସେନ ଗ୍ରାମୀଣର କର୍ମଚାରୀମାନେ ସରକାରୀ ପଦକ୍ଷେପ ପ୍ରତି ସେମାନଙ୍କର ମଜଭୁତ ସମର୍ଥନର ନିଦର୍ଶନ ସ୍ୱରୂପ ପିଏମ୍‍ କେୟାର୍ସ ପାଣ୍ଠିକୁ ୫୬ ଲକ୍ଷ ଟଙ୍କା ଦାନ କରିଥିଲେ। ଫ୍ୟୁଜନ ମାଇକ୍ରୋଫାଇନାନ୍ସ ୩,୮୨,୦୦୦ ଗ୍ରାମାଞ୍ଚଳ ଜନସାଧାରଣ, ପୁଲିସ ବିଭାଗ ଏବଂ ଜିଲା ପ୍ରଶାସନକୁ ସହାୟତା କରିଥିଲା, ଯେଉଁମାନେ ଦ୍ୱାରଦେଶରେ ସ୍ୱାସ୍ଥ୍ୟରକ୍ଷା ସାମଗ୍ରୀ ପହଞ୍ଚାଣରୁ ଉପକୃତ ହୋଇଥିଲେ ଏବଂ ୨,୦୮,୦୦୦ ତୁଣ୍ଡି, ୨୮,୩୦୦ ସାନିଟାରୀ ନାପ୍‍କିନ ଏବଂ ୨୬୦୦ ଲିଟର ସାନିଟାଇଜର ଭାରତର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୫୦୦ ଗ୍ରାମରେ ବଣ୍ଟନ କରିଥିଲେ। ଅନୁରୂପ ଭାବରେ ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ବହୁବିଧ ରିଲିଫ ପଦକ୍ଷେପ ସହିତ ୩ ଲକ୍ଷ ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚିଥିଲା ଏବଂ ମୁମ୍ବଇରେ ଥିବା ଡାକ୍ତରଖାନାଗୁଡିକ ପାଇଁ ନିଜର ସହଭାଗୀ ଗିଭ୍‍ଇଣ୍ଡିଆ ଫାଉଣ୍ଡେସନ ଜରିଆରେ ୫୦୦୦ ପିପିଇ କିଟ୍‍ ସଂଗ୍ରହ କରିଥିଲା, ଯଦ୍ଦ୍ୱାରା ୪୦,୦୦୦ ସରକାରୀ ଅଧିକାରୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀ ଉପକୃତ ହୋଇଥିଲେ। ସାଗ୍ରହ ମ୍ୟାନେଜମେଣ୍ଟ ସର୍ଭିସେସ୍‍ ଓଡ଼ିଶାରେ ତାହାର ଶାଖା ନିକଟରେ ଥିବା ସମସ୍ତ ଥାନାକୁ ସ୍ୱାସ୍ଥ୍ୟରକ୍ଷା କିଟ୍‍ ଏବଂ ବେଙ୍ଗାଲୁରୁରେ ତେଜରାତି ସାମଗ୍ରୀ ଯୋଗାଇ ଦେଇଥିଲା।
ଏତଦ୍‍ବ୍ୟତୀତ କ୍ରେଡିଟଆକ୍‍ସେସ ଭାରତର ୧୪ଟି ରାଜ୍ୟରେ ୪,୩୨,୩୫୦ ହିତାଧିକାରୀଙ୍କ ମଧ୍ୟରେ ୯୪୩୧ ସ୍ୱାସ୍ଥ୍ୟ କିଟ୍‍, ୮୯୧୯ ତେଜରାତି ସାମଗ୍ରୀ କିଟ୍‍, ୧୯୫ ପିପିଇ, ୩୫୦ ଥର୍ମାଲ ସ୍କାନର ବଣ୍ଟନ କରିଥିବାବେଳେ ସାଟିନ କ୍ରେଡିଟ କେୟାର ଜିଲା ପ୍ରଶାସନ ସହିତ ମିଶି ଆସାମ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ସ୍ୱାସ୍ଥ୍ୟରକ୍ଷା କିଟ୍‍ ଏବଂ ତେଜରାତି ସାମଗ୍ରୀ ବଣ୍ଟନ କରିଥିଲା। ଏସଭି କ୍ରେଡିଟଲାଇନ ଉତ୍ତରପ୍ରଦେଶ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କ ସମେତ ୧୦,୦୦୦ ନାଗରିକଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରିଥିଲା।
କାଲକାଟା ରେସ୍କ୍ୟୁ ଏବଂ ନୋତୁନ ଜୀବନ ସହଭାଗିତାରେ ଆରୋହଣ ଫାଇନାନ୍‍ସିଆଲ ସର୍ଭିସେସ ଚାରିଟି ରାଜ୍ୟରେ ୧୫,୦୦୦ରୁ ଅଧିକ ପରିବାରକୁ ତେଜରାତି ସାମଗ୍ରୀ ବଣ୍ଟନ କରାଯିବା ସହିତ ୫୦୦୦ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଝାଡଖଣ୍ଡ ଏବଂ ଉତ୍ତରାଖଣ୍ଡରେ ୧୦,୨୩୧ ହିତାଧିକାରୀଙ୍କୁ ପିପିଇ କିଟ୍‍, ତୁଣ୍ଡି, ଡିସ୍‍ପୋଜେବଲ ଗ୍ଲୋଭ୍‍ଓ, ଟୋପି ଏବଂ ଆପ୍ରୋନ ଆଦି ଯୋଗାଇ ଦିଆଯାଇଛି। ମୁଥୁଟ ମାଇକ୍ରୋଫିନ୍‍ ପକ୍ଷରୁ ପଶ୍ଚିମବଙ୍ଗର ମଧ୍ୟମଗ୍ରାମରେ ବାସିନ୍ଦା ଏବଂ ରାସ୍ତାରେ ଯାଉଥିବା ଲୋକଙ୍କୁ ତୁଣ୍ଡି ବାଣ୍ଟିକାକୁ ଏକ ବିଶାଳ ଶିବିର ଆୟୋଜନ କରାଯାଇଥିଲା।
କେରଳରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସେଣ୍ଟର ଫର ମାଇଗ୍ରେସନ ଆଣ୍ଡ ଇନ୍‍କ୍ଲୁସିଭ ଡେଭଲପମେଣ୍ଟ ସହିତ ମିଶି ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ ‘ବନ୍ଧୁ କ୍ଲିନିକ’ ନାମରେ ଏକ ନୂତନ ପ୍ରୟାସ ଆରମ୍ଭ କରିଥିଲା। ଅନୁରୂପ ଭାବରେ ସତ୍ୟ ମାଇକ୍ରୋକ୍ୟାପିଟାଲ ୪ ଲକ୍ଷରୁ ଅଧିକ ବଂଚିତ ଗ୍ରାହକ, ୧୮୦୦ରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣା ଏବଂ ଚବିଶ ଘଣ୍ଟିଆ ଚିକିତ୍ସା ପରାମର୍ଶ ସେବା ଯୋଗାଇଦେବାକୁ ହେଲ୍‍ଥଆସ୍ୟୋର ସହିତ ମିଶି ଏକ ଡିଜିଟାଲ ଓପିଡି ପରିଚାଳନା କରିଥିଲା।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories