ଦିନକରେ ୨୫୯୩ ନୂଆ ସଂକ୍ରମିତ : ସକ୍ରିୟ ଆକ୍ରାନ୍ତ ହାର ୦.୦୪ %

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦିନକରେ ଆଉ ୨,୫୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୫୭,୫୪୫କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧,୭୫୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୪,୨୫,୧୯,୪୭୯ରେ ପହଞ୍ଚିଛି । ଦେଶରେ କରୋନା ଆରୋଗ୍ୟ ହାର ୯୮.୭୫% ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୨,୧୯୩ରେ ପହଞ୍ଚିଛି।

ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୮୭୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟ ଆକ୍ରାନ୍ତ ହାର ୦.୦୪ % ରହିଛି।

Comments are closed.