ଛୁଟିଦିନରେ ସରକାରୀ ଗାଡ଼ିରେ ବୁଲୁଛନ୍ତି ଅଧିକାରୀଙ୍କ ପରିବାର !

କୁଆଁପାଳ: କଥାରେ ଅଛି ସରକାରକା ମାଲ ଦରିଆମେ ଡାଲ । ଏହି ନୀତିରେ ଏବେ ଚାଲିଛି ସରକାରୀ ବାବୁମାନଙ୍କ କାର୍ଯ୍ୟକଳାପ । ରାଜ୍ୟ ସରକାର ଜନସାଧାରଣଙ୍କ ନିକଟରେ ସମସ୍ତ କାର୍ଯ୍ୟକୁ ପହଞ୍ଚାଇବା ଓ ସେବା ଯୋଗାଇବା ପାଇଁ ଅଧିକାରୀ ମାନକୁ ସରକାରୀ ଯାନ ଯୋଗାଇ ଦେଇଛନ୍ତି । ହେଲେ କେତେକ ଅଧିକାରୀ ଏହି ଗାଡିର ଅପବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ନିଜର ପରିବାର ଧରି ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ି ଅଧିକାରୀ ମାନେ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଛି । ଗତକାଲି ଓଡ଼ିଶା ସରକାର ଲେଖାଥିବା ଓରା ୦୨ବିଏଫ୍‌୭୭୩୩ ବୋଲେରୋ ଗାଡ଼ିରେ କିଛି ମହିଳା ଓ ପିଲା ମାନେ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ହଳଧରପୁର  ଯାଉଥିବା ଦେଖିବାକୁ ମିଳିଥିଲା ।  କିଏ ଓ କେଉଁ ଉଦେଶ୍ୟରେ ଏହି ସରକାରୀ ଗାଡିକୁ ବ୍ୟବହାର କରିଛି ତାହା ଜଣାପଡ଼ିନାହିଁ ।

kalyan agarbati

Comments are closed.