www.samajalive.in
Saturday, December 6, 2025
16.1 C
Bhubaneswar

କନ୍ଧମାଳରେ ଜଣେ କୋଭିଡ୍‍ ଯୋଦ୍ଧାଙ୍କ ସମେତ ୪୪ ନୂଆ ସଂକ୍ରମିତ ଚିହ୍ନଟ

ଫୁଲବାଣୀ : ଜିଲ୍ଲାରୁ ଆଜି ଆଉ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ଜଣେ କୋଭିଡ୍‍ ଯୋଦ୍ଧା (ଫୁଲବାରୀ ମୁଖ୍ୟ ଚିକିତ୍ସାଳୟର ଜନୈକ ଡ଼ାକ୍ତର) ଥିବା ବେଳେ କଣ୍ଟେନମେଣ୍ଟ ଅଞ୍ଚଳରୁ ୩୦, କଣ୍ଟେନମେଣ୍ଟ ଅଞ୍ଚଳ ବାହାରୁ ୬, ଟିଏମସିରୁ ଫେରିଥିବା ୫ ଏବଂ ଜିଲ୍ଲା ବାହାରେ ୨ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୭ଜଣ ପୁରୁଷ ଥିବା ବେଳେ ୧୭ ଜଣ ମହିଳା ଅଛନ୍ତି। ଫୁଲବାଣୀରୁ ୭, ଜି ଉଦୟଗିରିରୁ ୪, ଦାରିଙ୍ଗବାଡିରୁ ୩, କେ ନୁଆଁଗାଁରୁ ୩, ଟିକାବାଲିରୁ ୨ , କୋଟଗଡରୁ ୨, ତୁମୁଡିବନ୍ଧରୁ ୨, ରାଇକିଆରୁ ୨, ବାଲିଗୁଡାରୁ ୨, ଫିରିଙ୍ଗିଆରୁ ୩, ଖଜୁରିପଡାରୁ ୧୨ ଓ ଅନ୍ୟ ସ୍ଥାନରୁ ୨ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୧୭୭୮ ଜଣ ଚିହ୍ନଟ ହୋଇ ସାରିଥିବା ବେଳେ ସେଥି ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଓ ୧୧୯୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ବଳକା ୫୭୪ ଜଣ ଏବେ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ଯେଉଁ ସବୁ ଅଞ୍ଚଳରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ସବୁ ଅଞ୍ଚଳରେ ସଂପୃକ୍ତ ଘରକୁ ପ୍ରଶାସନ ପକ୍ଷରୁ ବାଡ଼ ପକାଇ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories