ପାଟଣା: ଢେଙ୍କିକୋଟ ପଞ୍ଚାୟତ କପାସପଡା ସ୍କୁଲ ଓ କପାସପଡା ଛକ ପେଣ୍ଡଲରେ ଦୁଇଟି ସ୍ଥାନରେ ଆଜି ଘଟଗାଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ୬୪୫ ଜଣଙ୍କର ରାପିଡ୍ ଟେଷ୍ଟ କରାଯାଇଛି। ତେବେ ସମସ୍ତ ନମୁନା ନେଗେଟିଭ ଥିବା ଜଣାପଡିଛି। ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ମୁକ୍ତିକାନ୍ତ ନାୟକ ଓ ତାଙ୍କ ଟିମର ସ୍ବାସ୍ଥ୍ୟ ପରିଦର୍ଶିକା ସରସ୍ବତୀ ମହାନ୍ତ, ଏଲଟି ଅଶୋକ ରାଉତ, ସ୍ବାସ୍ଥ୍ୟକର୍ମୀ ଭୋଳାନାଥ ପାତ୍ର, ଜଳଧର ଖମାରୀ, ମନ୍ଦୋଦରୀ ମହାନ୍ତ ପ୍ରମୁଖ ସମ୍ପୂର୍ଣ୍ଣ କରୋନା କଟକଣା ମାନି ରାପିଡ୍ ଟେଷ୍ଟ କରିଥିଲେ। ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକ, ପିଇଓ ରୋହିତ କୁମାର ମହାନ୍ତ, ଗ୍ରାମ ରୋଜଗାର ସେବକ ପ୍ରକାଶ ବେହେରା, ଯୋଗାଣ ସହାୟକ ସୁଦାମ ବେହେରା, ସାମାଜିକ କର୍ମୀ କୃଷ୍ଣ ଚନ୍ଦ୍ର ବାରିକଙ୍କ ସହ ପଞ୍ଚାୟତ ଅଞ୍ଚଳର ସ୍ବାସ୍ଥ୍ୟ ପରିଦର୍ଶକ, ସ୍ଵାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ରାପିଡ୍ ଟେଷ୍ଟ ଶିବିର ପରିଚାଳନାରେ ସ୍ବାସ୍ଥ ବିଭାଗକୁ ସହଯୋଗ କରିଥିଲେ।
Popular Categories



