www.samajalive.in
Saturday, December 6, 2025
26.1 C
Bhubaneswar

କରୋନା କଟକଣା ଯୋଗୁଁ ଫିକା ପଡିଲା ଗଣେଶ ପୂଜା

ଆଠଗଡ: କରୋନା ଭୂତାଣୁ ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଚଳିତବର୍ଷ ସାମୂହିକ ଗଣେଶ ପୂଜା ଉପରେ କଟକଣା ଜାରି କରିଛନ୍ତି। କୋଭିଡ କଟକଣା ଯୋଗୁଁ ଆଠଗଡ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚଳିତବର୍ଷ ଗଣେଶ ପୂଜା ସଂପୂର୍ଣ୍ଣ ଫିକା ପଡିଯାଇଛି। କୌଣସି ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହୋଇନଥିବାରୁ ଛାତ୍ରଛାତ୍ରୀମାନେ ନିରାଶ ହୋଇଛନ୍ତି। ସେହିପରି ବିଭିନ୍ନ କ୍ଲବ, ଅନୁଷ୍ଠାନ ଓ ସାହି ପୂଜା କମିଟି ପକ୍ଷରୁ ମଧ୍ୟ ଗଣେଶ ପୂଜା ପ୍ରାୟତଃ ଆୟୋଜନ କରାଯାଇନଥିବା ବେଳେ କେବଳ ଲୋକମାନେ ନିଜ ଘରେ ବିଘ୍ନ ବିନାଶକଙ୍କ ଆବାହନ କରି ପୂଜା କରିଥିବା ଜଣାପଡିଛି।

ଆଠଗଡର ବହୁ ପୁରାତନ ଗଦାସାହିର ଗୋଲଡେନ କ୍ଲବରେ ଅତି ନିରାଡମ୍ବର ଭାବେ କୌଣସି ସାଜସଜ୍ଜା ନଥାଇ କେବଳ ୫ଜଣ ସଭ୍ୟଙ୍କ ଉପସ୍ଥିତିରେ ବିଧିରକ୍ଷା ଲାଗି ଗଣେଶ ପୂଜା କରାଯାଇଥିଲା। ସେଠାରେ ପ୍ରତ୍ୟେକ ବର୍ଷ ଅତିସୁନ୍ଦର ସାଜସଜ୍ଜା ସହିତ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସେହିପରି ଆଠଗଡର ପ୍ରାୟ ୧୨ଟି ବଡ କ୍ଲବ ସମେତ ପ୍ରାୟ ୩୦ଟି ଜାଗାରେ ସାମୁହିକ ଗଣେଶ ପୂଜା ବେଶ ଯାକଜମକରେ ହେବା ସହ ସାସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥାଏ। ତେବେ କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ସବୁକିଛି ବନ୍ଦ ହୋଇଯାଇଥିବାରୁ ପୂଜା ଆୟୋଜକଙ୍କ ମନରେ ନିରାଶା ଭାବ ଦେଖିବାକୁ ମିଳିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories