www.samajalive.in
Sunday, December 7, 2025
26.1 C
Bhubaneswar

ଚୀନ୍‍: ଦୁଇ ସନ୍ତାନ ନୀତି ଉଲ୍ଲଂଘନ କରି ୭ ସନ୍ତାନ ଜନ୍ମ ଦେଲେ ଦମ୍ପତି, ଗଣିଲେ ମୋଟା ଅଙ୍କର ଜୋରିମାନା

ବେଜିଂ: ଚୀନର ଏକ ଦମ୍ପତି ଦୁଇ ସନ୍ତାନ ନୀତିର ଉଲ୍ଲଂଘନ କରି ୭ଟି ସନ୍ତାନ ଜନ୍ମ କରିବା ଭାରି ପଡ଼ିଛି। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିଛି। ମିଳିଥିବା ସୂଚନା ମୁତାବକ ୭ଟି ସନ୍ତାନ ଜନ୍ମ କରିଥିବାରୁ ଉକ୍ତ ଦମ୍ପତିଙ୍କୁ ୧ ଲକ୍ଷ ୫୫ ହଜାର ଡଲାର ଅର୍ଥାତ୍‍ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସୋସିଆଲ୍‍ ସପୋର୍ଟ ଫି ଭାବେ ଦେବାକୁ ପଡ଼ିଛି।

ମହିଳା ଶିଳ୍ପପତି ଜହାଙ୍ଗ ରୋଙ୍ଗରୋଙ୍ଗ(୩୪) ଏବଂ ତାଙ୍କ ୩୯ ବର୍ଷିୟ ସ୍ୱାମୀଙ୍କର ୫ଟି ପୁଅ ଓ ୨ଟି ଝିଅ ଅଛନ୍ତି। ଚୀନର ୨ ସନ୍ତାନ ନୀତିର ଉଲ୍ଲଂଘନ କରିଥିବାରୁ ଦମ୍ପତି ସରକାରଙ୍କୁ ଏହି ମୋଟା ଅଙ୍କର ସୋସିଆଲ ସାପୋର୍ଟ ଫି ଦେଇଛନ୍ତି। ଯଦି ସେ ଏହି ଟଙ୍କା ଦେଇ ନ ଥାଆନ୍ତେ ତେବେ ତାଙ୍କ ଅବଶିଷ୍ଟ ୫ ପିଲାଙ୍କୁ ସରକାରୀ ପରିଚୟ ସମ୍ବନ୍ଧୀୟ ଦସ୍ତାବିଜ୍‍ ଦିଆହୋଇ ନଥାନ୍ତା। ଜହାଙ୍ଗଙ୍କର ସ୍କିନ୍‍ କେୟାର, ଗହଣା ଓ ଲୁଗା ବ୍ୟବସାୟ ଅଛି ଓ ତାଙ୍କ କମ୍ପାନୀ ଦକ୍ଷିଣ-ପୂର୍ବ ଚୀନରେ ଅବସ୍ଥିତ। ତାଙ୍କ କହିବାନୁସାରେ, ସେ ଅଧିକ ସନ୍ତାନ ଚାହୁଁଥିଲେ। କାରଣ ସେ ଏକୁଟିଆପଣକୁ ଖୁବ୍‍ ଭୟ କରନ୍ତି ଏବଂ ଏକୁଟିଆ ରହିପାରନ୍ତି ନାହିଁ। ଜହାଙ୍ଗ କୁହନ୍ତି, ଯେତେବେଳେ ତାଙ୍କ ସ୍ୱାମୀ ବ୍ୟବସାୟ କାମରେ ବାହାରକୁ ଯାଆନ୍ତି, ସେତେବେଳେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ମୋର ବଡ଼ ପିଲାମାନେ ପାଠପଢିବାକୁ ଅନ୍ୟ ସହରକୁ ପଳାଇଛନ୍ତି। କେବଳ ଛୋଟ ପିଲାମାନେ ହିଁ ମୋ ସହ ରୁହନ୍ତି। ୭ଟି ସନ୍ତାନ ପରେ ସେ ଆଉ ସନ୍ତାନ ଜନ୍ମ କରିବେ ନାହିଁ ବୋଲି କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଚୀନ୍‍ ୧୯୭୯ରେ ଏକ ଶିଶୁ ନୀତି ଆରମ୍ଭ କରିଥିଲା। ୩୬ ବର୍ଷ ପରେ, ୨୦୧୫ରେ ସେ ଏହି ନୀତି ରଦ୍ଦ କରି ଦୁଇ ସନ୍ତାନ ନୀତି କାର୍ଯ୍ୟକାରୀ କରିଥିଲା।

 

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories