ଫଳାଫଳର ଦିନ: ସକାଳ ୮ଟାରୁ ଆରମ୍ଭ ହେଲା ଗଣତି
ଭୁବନେଶ୍ଵର: ଆଶା ଆଶଙ୍କାରେ ନେତା। ଆଜି ପଡିବ ପ୍ରତୀକ୍ଷାରେ ପୂର୍ଣ୍ଣଛେଦ। ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ଆରମ୍ଭ ହୋଇଛି। ରାଜ୍ୟରେ ସମସ୍ତ ୭୦ କେନ୍ଦ୍ରରେ ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ଲୋକସଭା ନିର୍ବାଚନରେ ପ୍ରାୟ ୧ ଲକ୍ଷ ୪୭ ହଜାର ଓ ବିଧାନସଭାରେ ପ୍ରାୟ ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ୍ ଗଣତି କରାଯିବ। ପ୍ରତିଟି ଟେବୁଲରେ ୫୦୦ ପୋଷ୍ଟାଲ ବାଲାଟ୍ ଗଣତି ହେବ। ଏଥିପାଇଁ ପ୍ରତି ଟେବୁଲରେ ରହିଛନ୍ତି ଜଣେ ଏଆରଓ। ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍ ପେଡି। ମୋଟ୍ ୩ ହଜାର ୫୮୯ ଟେବୁଲରେ ଇଭିଏମ୍ ଗଣତି କରାଯିବ। ବିଧାନସଭା ପାଇଁ ୧ ହଜାର ୭୯୯ ଏବଂ ଲୋକସଭା ପାଇଁ ୧ ହଜାର ୭୯୦ କାଉଟିଂ ଟେବୁଲ କରାଯାଇଛି। ତେବେ ବିଜେଡି-ବିଜେପି ଏବଂ କଂଗ୍ରେସ ମଧ୍ୟରୁ କେଉଁ ଦଳ କେତେ ଆସନ ଜିତୁଛି, ତାହା ଉପରେ ପୁରା ରାଜ୍ୟବାସୀଙ୍କ ନଜର ରହିଛି।
Comments are closed.