ବାଲୁଗାଁ: ଟାଭେରାକୁ ପିଟିଲା ଟ୍ରକ୍, ଦୁଇ ମୃତ। ବାଲୁଗାଁ ଏନଏଚ୍ ୧୬ ଛତ୍ରଗଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭୁବନେଶ୍ଵରରୁ ବ୍ରହ୍ମପୁର ଫେରୁଥିବାବେଳେ ଏକ ଟାଭେରା ଗାଡିକୁ ଟ୍ରକ୍ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ ଛାଡି ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



