www.samajalive.in
Sunday, December 7, 2025
26.1 C
Bhubaneswar

କାଶରୁ ଜଣାପଡ଼ିବ କରୋନା ପଜିଟିଭ୍‌, ଆର୍‌ଏମ୍‌ଆର୍‌ସିରେ ଚାଲିଛି ଗବେଷଣା

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ସାରା ବିଶ୍ବରେ ଉଦ୍ୟମ ଜାରି ରହିଛି। ଏହାକୁ ପ୍ରତିହତ କରିବା ଲାଗି ବିଭିନ୍ନ ଦେଶ ପଦକ୍ଷେପ ନେଉଛନ୍ତି ଓ ଗବେଷଣା ଜାରି ରଖିଛନ୍ତି। ତେବେ କାଶ, ଥଣ୍ଡା, ଜ୍ୱର, ତଣ୍ଟି ଦରଜ ସହ କାଶ ଆଦି ଲକ୍ଷଣ ଥିଲେ ଜଣେ କରୋନା ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ତେବେ କାଶ ହେଉଛି କରୋନା ଆକ୍ରାନ୍ତର ପ୍ରମୁଖ ଲକ୍ଷଣ ବୋଲି କୁହାଯାଉଛି। ସାଧାରଣତଃ ଶୁଖିଲା କାଶ ପ​‌େ​‌ର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥାନ୍ତି। କରୋନା ଲକ୍ଷଣ ରୋଗୀଙ୍କ କେତେକ ସ୍ଥଳରେ ଛିଙ୍କ ଓ ନାକରୁ ପାଣି ବହିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ବିଭିନ୍ନ ଦେଶରେ କରୋନାର ନୂଆ ନୂଆ ଲକ୍ଷଣ ମାନ ଦେଖିବା ପାଇଁ ମିଳୁଛି। ତେବେ ଭୁବନେଶ୍ୱର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍‌ଏମ୍‌ଆର୍‌ସି)ରେ କାଶକୁ ନେଇ ଏକ ଗବେଷଣା କରାଯାଉଛି । ଏଥିରେ ସାଧାରଣ କାଶ ଏବଂ କରୋନା କାଶ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ସେ ବିଷୟରେ ଗବେଷଣା ଜାରି ରହିଛି।
ଆର୍‌ଏମ୍‌ଆର୍‌ସି ନିର୍ଦେଶିକା ଡ.ସଂଘମିତ୍ରା ପତି କହିଛନ୍ତି ଯେ ଭୁବନେଶ୍ୱରରେ ଦ୍ବିତୀୟ ପର୍ଯ୍ୟାୟ ସେରୋଲର୍ଜିକାଲ ସର୍ଭେ ରିପୋର୍ଟ ଅସିବା ପରେ ଗୋଷ୍ଠୀ ସଂକ୍ରମଣ ନେଇ ସ୍ପଷ୍ଟ କରାଯାଇପାରିବ। ପୁରୀରେ କମ୍ୟୁନିଟି ସର୍ଭେ କରାଯାଇଥିଲା। ପଜିଟିଭ୍ ସଂଖ୍ୟା କମ ଥିବାରୁ ବହୁତ ନଗଣ୍ୟ ଆଣ୍ଟିବଡ଼ି ବାହାରିଛି। ଗଞ୍ଜାମରେ ଅଗଷ୍ଟ ପ୍ରଥମ ସପ୍ତାହରୁ ସେରୋଲର୍ଜିକାଲ ସର୍ଭେ ଆରମ୍ଭ ହେବ। ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିରେ ବିଭିନ୍ନ କାଶର ଶବ୍ଦକୁ ନେଇ ଗବେଷଣା କରାଯାଉଛି। ସାଧାରଣ କାଶ ଓ କରୋନା କାଶ ଭିତରେ କ’ଣ ଫରକ ରହୁଛି ସେ ନେଇ ଗବେଷଣା ଚାଲିଛି। ନିପି ଓ rmrcର ସହଭାଗିତାରେ ଏହି ଗବେଷଣା ଜାରି ରହିଛି। ସମ୍ପୃକ୍ତ ରୋଗୀ ନିଜେ ନିପି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ଆପ୍ ମାଧ୍ୟମରେ କାଶର ଅଡିଓକୁ ରେକର୍ଡ କରିପାରିବେ। ଏହି ରେକର୍ଡର ପରୀକ୍ଷା କରାଯିବ। କାଶର ଶବ୍ଦରୁ ଜଣାପଡିବ କରୋନା ପଜିଟିଭ୍ କି ନୁହେଁ। ଟେଷ୍ଟ, ଟ୍ରେସ୍, ଟ୍ରିଟମେଣ୍ଟ ପାଇଁ ରାଜ୍ୟରେ ଅଧିକ ପଜିଟିଭ୍ ବାହାରୁଛି। ପଜିଟିଭ୍ ଅଧିକ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ସଂକ୍ରମଣ ଅଧିକ ବାହାରୁଛି ବୋଲି ଆର୍‌ଏମ୍‌ଆର୍‌ସି ନିର୍ଦେଶକ ସଂଘମିତ୍ରା ପତି ପ୍ରକାଶ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories