www.samajalive.in
Monday, December 8, 2025
14.1 C
Bhubaneswar

ଭଲ ଫସଲ ପାଇଁ  ବୈଦିକ ମନ୍ତ୍ର ଆବୃତ୍ତି କରିବାକୁ ପରାମର୍ଶ ଦେଲେ ଗୋଆର କୃଷି ବିଭାଗ!

ପାଣଜୀ .- ଭଲ ଫସଲ ପାଇଁ ବୈଦିକ ମନ୍ତ୍ର ଉପଯୋଗ ଓ ଆବୃତ୍ତି କରିବାକୁ ଗୋଆର କୃଷି ବିଭାଗ ପରାମର୍ଶ ଦେଇଛି । ଗୋଆ କୃଷି ବିଭାଗର ନିର୍ଦେଶର ନେଲସନ୍‌ ଫିଗୁଏରେଡୋ ଏହି ପରାମର୍ଶ ଦେଇଛନ୍ତି । ଦେଶର କେତକ ସ୍ଥାନରେ କସମିକ ଫାର୍ମିଂ କରି ଏହା ବେଶ୍‌ ଭଲ ଫଳ ମିଳିବା ପରେ ଏପରି ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି । ଏପରି କଲେ ଚାଷ ଜମିରେ ସାର ଓ କୀଟ ନାଶକର ପ୍ରୟୋଗ କମ୍‌ ହେଉଥିବା ସେଠାକାର କୃଷି ବିଭାଗ ସୂଚନା ଦେଇଛି ।  ଚାଷ ବେଳେ ଅତି କମ୍‌ରେ ୨୦ ଦିନ ବୈଦିକ ମନ୍ତ୍ର ଆବୃତ୍ତି କରିବା ପାଇଁ ସୂଚନା ଦିଆଯାଇଛି । ବିଶ୍ୱ ବ୍ରହ୍ମାଣ୍ଡରୁ କସମିକ୍‌ ରଶ୍ମୀକୁ ଏହା ଆକୃଷ୍ଟ କରୁଥିବା କୁହାଯାଇଛି । ଏକ ହଜାରଚାଷୀ ଧ୍ୟାନ ଓ ଅରଗାନିକ ଫାର୍ମିଂ କରି ଏହାର ସୁଫଳ ପାଇଥିବା ନେଲସନ୍‌ ଫିଗୁଏରେଡୋ କହିଛନ୍ତି ।

ଏଥିପାଇଁ  ଗୋଆ ସରକାର ଶିବ ଯୋଗ ଫାଉଣ୍ଡେସନ୍‌ ଓ ବ୍ରହ୍ମକୁମରୀଙ୍କ ସହ ଆଲୋଚନା କରିଛି । କସମିକ ଫାର୍ମିଂରେ ଏହି ଦୁଇଟି ପ୍ରତିଷ୍ଠାନ ବେଶ୍‌ ସଫଳତା ହାସଲ କରିଥିବା କୁହାଯାଉଛି । ନିକଟରେ ଗୋଆର କୃଷି ମନ୍ତ୍ରୀ ବିଜୟ ସରଦେଶାଇ ଓ  କୃଷି ନିର୍ଦେଶକ ନେଲସନ୍‌ ଫିଗୁଏରେଡୋ  ହରିୟାନାର ଗୁରୁଗ୍ରାମରେ ଥିବା ଗୁରୁ ଶିବାନନ୍ଦ  ଆଶ୍ରମରେ କରାଯାଉଥିବା କସମିକ ଫାର୍ମିଂକୁ ପରିଦର୍ଶନ କରିଛନ୍ତି । ଏହାଦ୍ୱାର ପରିବେଶ ବି ନଷ୍ଟ ହେବ ନାହିଁ  ବୋଲି ଫିଗୁଏରେଡୋ ପ୍ରକାଶ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories